ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ ସ୍ମାଟଫୋନ କମ୍ପାନି ‘ରିୟଲମି’ ଚୀନରେ ଲଞ୍ଚ କରିବାକୁ ଯାଉଛି ଏହା ୬୪ ମେଗାପିକ୍ସେଲ କ୍ୟାମେରାଯୁକ୍ତ ସ୍ମାର୍ଟଫୋନ। ଏହା ଆସନ୍ତା ଅଗଷ୍ଟ ୧୫ରେ ଲଞ୍ଚ ହେବ ବୋଲି ରିୟଲମି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏବିଷୟରେ ସୂଚନା ଦେଇ କମ୍ପାନି କହିଛି ଯେ, ୬୪ ମେଗାପିକ୍ସେଲ କ୍ୟାମେରାଯୁକ୍ତ ଏହି ସ୍ମାର୍ଟଫୋନରେ ୪ଟି କ୍ୟାମେରା ରହିଛି।

ଏହି ସ୍ମାଟଫୋନରେ ସାମସଙ୍ଗର ଆଇସିସେଲ୍‌ ବ୍ରାଇଟ୍‌ ଜିଡବ୍ଲ୍ୟୁ୧ ସେନ୍ସର ବ୍ୟବହାର ହୋଇଥିବା ଚର୍ଚ୍ଚା ହେଉଛି। ଲଞ୍ଚ ହେବା ପୂର୍ବରୁ କମ୍ପାନି ଏହି ସ୍ମାର୍ଟଫୋନ ଏବିଷୟରେ କିଛି ସୂଚନା ଦେଇନାହିଁ। ଏମିତିକି ଏହି ସ୍ମାର୍ଟଫୋନର ଫଟୋ ମଧ୍ୟ  ଦିଆଯାଇନାହିଁ।

କମ୍ପାନି ଅଗଷ୍ଟ ୮ରେ ଭାରତରେ ଏହି ସ୍ମାର୍ଟଫୋନର ସୋକେଶ୍‌ କରିବ। ତେବେ ଅଗଷ୍ଟ ୮ରେ ଭାରତରେ ଏହି ସ୍ମାର୍ଟଫୋନର ସୋକେଶ୍‌ ହେବ କିମ୍ବା ଲଞ୍ଚ ହେବ ସେନେଇ ସଠିକ ସୂଚନା ମିଳିନଥିବା ରିୟଲମି ଇଣ୍ଡିଆର ମୁଖ୍ୟ ମାଧବ ସେଠ କହିଛନ୍ତି।

Comment