ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ା ଜିଲ୍ଳା ମୁନିଗୁଡ଼ା ନିକଟସ୍ଥ ଦୁଇଟି ଗ୍ରାମରୁ ଦୁଇଟି ନକଲି ଗୁଟ୍‌ଖା କାରଖାନା ଠାବ କରାଯାଇଛି। ରାୟଗଡ଼ା ଜିଲ୍ଲା ଏସପି ଶ୍ରବଣ ବିବେକ ଏମ୍‌ଙ୍କ ନିର୍ଦ୍ଦେଶକ୍ରମେ ମନିଗୁଡ଼ା ଥାନାର ଦୁଇଟି ଟିମ୍‍ ମଙ୍ଗଳବାର ଭୋରରୁ ଏହି ଦୁଇ ନକଲି କାରଖାନା ଠାବ କରିଛି।

ସେଠାରେ ଗୁଟଖା ତିଆରିରେ ବ୍ୟବହାର ହେଉଥିବା ସାମଗ୍ରୀ ଓ ମେସିନ ଜବତ କରିଛି ପୋଲିସ। ମୁନିଗୁଡ଼ାଠାରୁ ୧୨ କିଲୋମିଟର ଦୂର ଟୁରିଗୁଡ଼ା ଗ୍ରାମ ଓ ଆଙ୍କୁରବାଲି ଗ୍ରାମରେ ଲୁକାୟିତ ଭାବେ ଏହି କାରଖାନା ଦୀର୍ଘ ୫ମାସ ହେବ ଚାଲିଥିଲା ବୋଲି ପୋଲିସ ସୂଚନା ଦେଇଛି।

ଏହି କାରଖାନାରେ ନକଲି ଗୋକୁଳ ଡିଲକ୍ସ ମିକ୍ସ, ହରିଡ଼ାଖଣ୍ଡି ତିଆରି ହୋଇ ଫୁଲବାଣୀ, ବାଲିଗୁଡ଼ା, କୋଟଗଡ଼, ତୁମୁଡ଼ିବନ୍ଧ, କଳାହାଣ୍ଡି, ଭବାନୀପାଟଣା, ରାୟଗଡ଼ା, ଗୁଣପୁର ସହ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଜଣାପଡ଼ିଛି।

Comment