ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁରରେ ଖୋଲିଲା ପ୍ରଥମ ମହିଳା ଡାକଘର। ମହିଳାମାନଙ୍କ ସଶକ୍ତ କରିବା ଉଦ୍ଦେଶ୍ୟରେ ସମ୍ବଲପୁରର ଗୋଲବଜାରଠାରେ ଏହି ଡାକଘର ଆରମ୍ଭ ହୋଇଛି। ଏହି ଡାକଘରେ ସମସ୍ତ କର୍ମଚାରୀ ମହିଳା। ଏହି ପୋଷ୍ଟ ଅଫିସ୍‌ ସମ୍ପୂର୍ଣ୍ଣ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ।

ପୋଷ୍ଟମାଷ୍ଟରଠୁ ଆରମ୍ଭ କରି ପୋଷ୍ଟ ପିଅନ ପର୍ଯ୍ୟନ୍ତ ସମସ୍ତେ ମହିଳା କର୍ମଚାରୀ। ଅନ୍ୟ ଡାକସେବା ଭଳି ଏଠାରେ ମଧ୍ୟ ସମସ୍ତ ସେବା ଉପଲବ୍ଧ ହେବ।

ଏହି ପୋଷ୍ଟ ଅଫିସ ଶାଖାରେ ଇ-ମେଲ କାରବାର, କ୍ଷୁଦ୍ର ଯମାପୁଞ୍ଜି, ଡାକ ଷ୍ଟାମ୍ପ ଆଦି ଉପଲବ୍ଧ ହେବ।

ପୋଷ୍ଟ ଅଫିସ ଆରମ୍ଭର ପ୍ରଥମ ଦିନରେ ୧୭ ଜଣ ମହିଳା ଖାତା ଖୋଲିଥିଲେ।

Comment