ଓଡ଼ିଶାଲାଇଭ୍‌ ବ୍ୟୁରୋ

 ପାକିସ୍ତାନକୁ ପୁଣି ଏକ ବଡ଼ ଝଟକା ଲାଗିଛି। ଫାଇନାନ୍ସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସ(ଏଫ୍‌ଏଟିଏଫ୍) ପାକିସ୍ତାନକୁ କଳା ତାଲିକା ଭୁକ୍ତ କରିଛି। ଆତଙ୍କବାଦକୁ ପାଣ୍ଠି ଯୋଗାଣରେ ନିୟନ୍ତ୍ରଣ କରିବା ଏବଂ ଆର୍ଥିକ ଦୁର୍ନୀତିକୁ ରୋକିବାରେ ବିଫଳ ହୋଇଥିବାରୁ ଏଫ୍‌ଏଟିଏଫ୍ ପକ୍ଷରୁ ପାକିସ୍ତାନକୁ ଏହି ବଡ଼ ଝଟକା ଲାଗିଛି।

ପାକିସ୍ତାନ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଏବଂ ଆର୍ଥିକ ଦୁର୍ନୀତିର ୪୦ଟି ମାନକରୁ ୩୨ଟି ରକ୍ଷା କରିବାରେ ଅସମର୍ଥ ହୋଇଛି। ଏଥିପାଇଁ ଫାଇନାନ୍ସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସ(ଏଫ୍‌ଏଟିଏଫ୍‌)ର ଏସିଆ ପାସିଫିକ୍‌ ଗ୍ରୁପ୍‌ ପାକିସ୍ତାନକୁ ‘ଏନ୍‌ହାନ୍ସ ଏକ୍ସପିଡିଏଟ୍‌ ଫଲୋ ଅପ୍‌ ଲିଷ୍ଟ୍‍’ ବା ବ୍ଲାକ୍‌ ଲିଷ୍ଟ୍‌ରେ ସାମିଲ କରିଛି।

ଗତ ଦୁଇ ଦିନ ଧରି ଅଷ୍ଟ୍ରେଲିଆର ରାଜଧାନୀ କ୍ୟାନବେରାରେ ଏଫଟିଏଫ ଏସିଆ ପାସିଫିକ୍‌ ଗ୍ରୁପ୍‌ର ବୈଠକ ବସିଥିଲା। ଏହି ବୈଠକରେ ପାକିସ୍ତାନର ଆତଙ୍କବାଦ ସଂଗଠନକୁ ପାଣ୍ଠି ଯୋଗାଣ ମାମଲାରେ ଦୀର୍ଘ ୭ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏଥିରେ ପ୍ରତିବନ୍ଧକ ଲଗାଇବାରେ ବିପଳ ହୋଇଇଥିବାରୁ ପାକିସ୍ତାନକୁ କଳା ତାଲିକାଭୁକ୍ତ କରାଯାଇଛି।

ଏହି ମାମଲାର ଗତ ବର୍ଷ ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ‘ଗ୍ରେ’ ଲିଷ୍ଟରେ ସାମିଲ କରିଥିଲା।

Comment