ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଉଥ୍‌ କୋରିଆନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାମସଙ୍ଗ ଲଞ୍ଚ କରିଛି ଦୁଇଟି ସ୍ମାର୍ଟଫୋନ Galaxy A30s ଏବଂ Galaxy A50s। ଏହି ସ୍ମାର୍ଟଫୋନର ଚାରୋଟି କଲର ଭାରିଏଣ୍ଟ ସହ ଲଞ୍ଚ କରାଯାଇଛି। କଳା, ଧଳା, ସବୁଜ ଏବଂ ଭାଓଲେଟ୍‌ ରଙ୍ଗର ଭାରିଏଣ୍ଟରେ ଗ୍ରାହକ ଏହି ସ୍ମାର୍ଟଫୋନ କିଣି ପାରିବେ।

ଖୁବ୍‌ଶୀଘ୍ର ଏହା ଭାରତରେ ଲଞ୍ଚ କରାଯିବ ବୋଲି ଶୁଣିବାକୁ ମିଳିବ। ଏପର୍ଯ୍ୟନ୍ତ କମ୍ପାନି ପକ୍ଷରୁ ଏହି ସ୍ମାର୍ଟଫୋନର ଦାମ୍‌ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ। ତେବେ ଆସନ୍ତୁ ଜାଣିବା ଏହି ଦୁଇ ସ୍ମାର୍ଟଫୋନରେ କ’ଣ ରହିଛି ସ୍ପେସିଫିକେସନ।

ସାମସଙ୍ଗ Galaxy A50s

  • ୬.୪ ଇଞ୍ଚ ବିଶିଷ୍ଟ ଫୁଲ ଏଚ୍‌ଡି ଆମୋଏଲ୍‌ଇଡି ଡିସପ୍ଲେ (୧୦୮୦x୨୩୪୦)ପିକ୍ସେଲ
  • ଦୁଇଟି ଭାରିଏଣ୍ଟ – ୪ ଜିବି ରାମ୍‌/୬୪ ଜିବି ରୋମ୍‌ ଏବଂ ୬ ଜିବି ରାମ୍‌/୧୨୮ ଜିବି ରୋମ୍‌
  • ଅକ୍ଟାକୋର ପ୍ରୋସେସର
  • ୪୮ ମେଗାପିକ୍ସେଲ ରିୟର କ୍ୟାମେରା
  • ୩୨ ମେଗାପିକ୍ସେଲ ସେଲ୍ଫି କ୍ୟାମେରା
  • ୪୦୦୦ଏମ୍‌ଏଚ୍‌ ବ୍ୟାଟେରୀ

ସାମସଙ୍ଗ Galaxy A30s

  • ୬.୪ ଇଞ୍ଚ ବିଶିଷ୍ଟ ଫୁଲ ଏଚ୍‌ଡି ଆମୋଏଲ୍‌ଇଡି ଡିସପ୍ଲେ (୭୨୦x୧୫୬୦)ପିକ୍ସେଲ
  • ଦୁଇଟି ଭାରିଏଣ୍ଟ – ୩ ଜିବି ରାମ୍‌/୩୨ ଜିବି ରୋମ୍‌ ଏବଂ ୪ଜିବି ରାମ୍‌/୬୪ ଜିବି ରୋମ୍‌
  • ଅକ୍ଟାକୋର ପ୍ରୋସେସର
  • ୨୫ ମେଗାପିକ୍ସେଲ ରିୟର କ୍ୟାମେରା
  • ୧୬ ମେଗାପିକ୍ସେଲ ସେଲ୍ଫି କ୍ୟାମେରା
  • ୪୦୦୦ଏମ୍‌ଏଚ୍‌ ବ୍ୟାଟେରୀ

Comment