ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମୀ ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛି ଏହାର ରେଡ୍‌ମି ନୋଟ୍‌ ୮ ସିରିଜ। ବହୁ ପ୍ରତିକ୍ଷିତ ନୋଟ୍‌ ୮ ସିରିଜରେ ସାଓମୀ କମ୍ପାନି ଦୁଇଟି ସ୍ମାର୍ଟଫୋନ ବଜାରକୁ ଛାଡ଼ିବ ରେଡ୍‌ମି ନୋଟ୍‌-୮ ଏବଂ ରେଡ୍‌ମି ନୋଟ୍‌-୮ ପ୍ରୋ ସ୍ମାର୍ଟଫୋନ। ନିକଟରେ ଏହି ସ୍ମାର୍ଟଫୋନର ରିଲିଜକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ଆସନ୍ତା ଅଗଷ୍ଟ ୨୯ରେ ଚୀନରେ ରେଡ୍‌ମି ନୋଟ୍‌-୮ ଏବଂ ରେଡ୍‌ମି ନୋଟ୍‌-୮ ପ୍ରୋ ସ୍ମାର୍ଟଫୋନ ଲଞ୍ଚ ହେବ। ତେବେ ଲଞ୍ଚ ହେବା ପୂର୍ବରୁ ଏହି ସ୍ମାର୍ଟଫୋନର ଫଟୋ ଲିକ୍‌ ହୋଇଛି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବିଲୁଛି। ଅଗଷ୍ଟ ୨୯ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଦୁଇଟି ସ୍ମାର୍ଟଫୋନକୁ ଲଞ୍ଚ କରାଯିବ।

ରେଡ୍‌ମି ନୋଟ୍‌-୮ ପ୍ରୋ ସ୍ମାର୍ଟଫୋନର ସ୍ପେସିଫିକେସନ ଦେଖିବାକୁ ଗଲେ, କମ୍ପାନି ପକ୍ଷରୁ ଏହି ସ୍ମାର୍ଟଫୋନରେ କ୍ୱାଡ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଯେଉଁଥିରେ ୬୪ ମେଗାପିକ୍ସେଲର ରିୟର କ୍ୟାମେରା ରହିଛି। ସେହିପରି ସ୍ମାର୍ଟଫୋନରେ ଗ୍ଲସ୍‌ ବଡ଼ି, ଡଟ୍‌ ଡ୍ରପ୍‌ ନଚ୍‌ ଡିସପ୍ଲେ ସହିତ ଇନ୍‌ ଡିସପ୍ଲେ ଫିଙ୍ଗରପ୍ରିଣ୍ଟର ସୁବିଧା ମିଳିବ। ଏହି ସ୍ମାର୍ଟଫୋନରେ ୪୫୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି।

ଏହା ବ୍ୟତୀତ ଅଗଷ୍ଟ ୨୯ରେ ସାଓମୀ କମ୍ପାନି ପକ୍ଷରୁ ପ୍ରଥମ ସ୍ମାର୍ଟ ଟିଭି ଲଞ୍ଚ କରାଯିବ। ୭୦ ଇଞ୍ଚ ବିଶିଷ୍ଟ ଏହି ସ୍ମାର୍ଟ ଟିଭିର ନାଁ ରହିଛି ‘ରେଡ୍‌ମି ଟିଭି’।

Comment