ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିର୍ମାଣ ହେବାକୁ ଯାଉଛି ‘ପୃଥ୍ୱୀରାଜ’ ଫିଲ୍କ। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ମାର୍ସାଲ୍ ଆର୍ଟ ଏକ୍ସପର୍ଟ ତଥା ଆକ୍ଟର ଅକ୍ଷୟ କୁମାର। ୨୦୨୦ ମାର୍ଚ୍ଚ ମାସରେ ଆରମ୍ଭ ହେବ ଏହାର ସୁଟିଂ।

‘ପୃଥ୍ୱୀରାଜ’ ପାଇଁ ଏବେଠାରୁ ହିଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଅକ୍ଷୟ। ଅକ୍ଷୟ ଖଣ୍ଡା ଚାଳନା ଓ ଧନୁ ଚାଳନା ପାଇଁ ଏବେ ଟ୍ରେନିଂ ନେଉଛନ୍ତି। କୁହାଯାଏ କି, ରାଜା ପୃଥ୍ୱୀରାଜ ଚୌହାନ ଧନୁର୍ବିଦ୍ୟା ଓ ଖଣ୍ଡା ଚାଳନାରେ ପାରଙ୍ଗମ ଥିଲେ। ଶତ୍ରୁକୁ ନିଜ ଆଖିରେ ନଦେଖି କେବଳ ଶତ୍ରୁର ଶବ୍ଦ ବା କଥା ଶୁଣି ସଠିକ୍ ବାଣ ଚଳାଇପାରୁଥିଲେ। ସେହିଭଳି ଭାବେ ଖଣ୍ଡା ଚଳାଇବା ଶିଖୁଛନ୍ତି ଅକ୍ଷୟ କୁମାର।

ଅକ୍ଷୟ ପୂର୍ବରୁ କେସରୀ ଫିଲ୍ମ ପାଇଁ ଖଣ୍ଡା ଚାଳନା ଶିଖିଥିଲେ। କିନ୍ତୁ ପୃଥ୍ୱୀରାଜଙ୍କ ଖଣ୍ଡା ଚାଳନା ଶୈଳୀ ଟିକେ ଅଲଗା। ସେଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ଅକ୍ଷୟ। ଅକ୍ଷୟ ପୃଥ୍ଵୀଙ୍କ ଭଳି ୩୮ ଇଞ୍ଚର ଲମ୍ବା ଖଣ୍ଡା ଧରି ଯୁଦ୍ଧ କରିବା ଅଭ୍ୟାସ କରୁଛନ୍ତି।

ଏହି ଫିଲ୍ମରେ ରାଜା ପୃଥ୍ୱୀରାଜ ଚୌହାନ ଓ ମହମ୍ମଦ ଘୋରୀଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧକୁ ବର୍ଣ୍ଣନା କରାଯିବ। ମହମ୍ମଦ ଘୋରୀଙ୍କ ଭୂମିକାରେ ସଞ୍ଜୟ ଦତ୍ତ ରହିବେ ବୋଲି ପୂର୍ବରୁ କଳ୍ପନାଜଳ୍ପନା କରାଯାଉଥିଲା। କିନ୍ତୁ ଏହି ଭୂମିକାରେ ଅଭିନେତା ମାନବ ବିଜ୍ ରହିବେ ବୋଲି ଫିଲ୍ମ କ୍ରିଟିକ୍ସ୍‌ କହିଛନ୍ତି।

ଫିଲ୍ମର ସୁଟିଂ ୨୦୨୦ ଉତ୍ତର ଭାରତରେ ସୁଟିଂ ହେବ। ଫିଲ୍ମର ନିର୍ଦ୍ଦେଶନା ଦେବେ ଚନ୍ଦ୍ରପ୍ରକାଶ ଦ୍ୱିବେଦୀ।

Comment