ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ସୁପ୍ରିମ୍‌କୋର୍ଟରେ ହେବ ପି ଚିଦାମ୍ବରମ୍‌ଙ୍କ ଜାମିନ ଆବେଦନର ଶୁଣାଣି

ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କ ଜାମିନ ଆବେଦନ ଉପରେ ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି ହେବ। ଏହାସହ ଆଜି ଚିଦାମ୍ବରମଙ୍କ ସିବିଆଇ ରିମାଣ୍ଡ ଶେଷ ହେବ।

ସେପ୍ଟେମ୍ବର ୨୩ରେ ୪ ରାଜ୍ୟରେ ବିଧାନସଭା ଉପ-ନିର୍ବାଚନ

ବିଭିନ୍ନ ରାଜ୍ୟର ବିଧାନସଭାରେ ଖାଲିଥିବା ଆସନ ପାଇଁ ଆସନ୍ତା ମାସ ୨୩ ତାରିଖରେ ନିର୍ବାଚନ ଅନୁଷ୍ଠିତ  ହେବ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ଉତ୍ତର ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ କେରଳ।

ମାଓ ମୁକାବିଲା ପାଇଁ ଦିଲ୍ଲୀରେ ବୈଠକ – ଯୋଗ ଦେବେ ନବୀନ

ମାଓ ମୁକାବିଲା ନେଇ ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଗୃହମନ୍ତ୍ରୀ ଅମିତ ଶାହ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ଏଥିରେ ମାଓ ପ୍ରଭାବିତ ୧୦ ରାଜ୍ୟର ସୁରକ୍ଷା ତଥା ବିକାଶ ସମ୍ପର୍କରେ ଆଲୋଚନା ହେବ।

ନୂଆ ପିସିସି ସଭାପତି ଶୀଘ୍ର

ରାଜ୍ୟ କଂଗ୍ରେସରେ ପିସିସି ହଟାଓ ଅଭିଯାନ ପରେ ସଭାପତି ନିରଞ୍ଜନ ପଟ୍ଟନାୟକ ପଦରୁ ଇସ୍ତଫା ଦେଇଥିଲେ। ନିରଞ୍ଜନଙ୍କ ଇସ୍ତଫା ଗ୍ରହଣ ସହିତ ଖୁବଶୀଘ୍ର ପୂର୍ବସ୍ଥିତିକୁ କଂଗ୍ରେସ ଫେରିବ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ଶରତ ରାଉତ।

କେ.ଏଲ୍. ରାହୁଲ ହେବେ ପଞ୍ଜାବ ଦଳର ଅଧିନାୟକ, ଦଳରୁ ବାହାରିବେ ଆର.ଅଶ୍ୱିନୀ!

ଆଗାମୀ ଆଇପିଏଲ୍ ସଂସ୍କରଣରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ଅଧିନାୟକ ଭାବରେ ଖେଳିପାରନ୍ତି କେ.ଏଲ୍.ରାହୁଲ। ଭାରତୀୟ କ୍ରିକେଟ୍ ଦଳର ଏହି ଧୁରନ୍ଧର ବ୍ୟାଟ୍ସମ୍ୟାନଙ୍କୁ ଅଧିନାୟକ ଭାର ଦେବାକୁ ଚିନ୍ତା କରୁଛି ତାଙ୍କ ଆଇପିଏଲ୍ ଦଳ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ।

‘ଏମ୍ଆଇ ଏ୩’ ଓ ‘ରିୟଲମି ୫ ପ୍ରୋ’କୁ ଟକ୍କର ଦେବ ‘ମୋଟୋରଓଲା ୱାନ ଆକ୍ସନ’

ମୋଟୋରଓଲା କମ୍ପାନି ଭାରତରେ ଏକ ନୂଆ ସ୍ମାର୍ଟଫୋନ ‘ମୋଟୋରଓଲା ୱାନ ଆକ୍ସନ’ ଲଞ୍ଚ କରିଛି। ତେବେ ପୂର୍ବରୁ ବଜାରରେ ଥିବା ସାଓମୀ ଏମ୍‌ଆଇ ଏ୩ ଏବଂ ରିୟଲମି ୫ ପ୍ରୋ ସହିତ ମୋଟୋରଓଲା ୱାନ ଆକ୍ସନର କଡ଼ା ଟକ୍କର ହେବା ଲକ୍ଷ୍ୟ କରାଯାଉଛି।

Comment