ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ସରକାର ବିଳିବିଳଉଛି। ଏନେଇ ପାକିସ୍ତାନର ସାଧାରଣ ଜନତାଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଯାଏଁ ସମସ୍ତେ ଏହାକୁ ବିରୋଧ କରି ଟୁଇଟ୍‌ କରୁଛନ୍ତି।

ମଙ୍ଗଳବାର ପାକିସ୍ତାନର ରାଷ୍ଟ୍ରପତି ଆରିଫ୍ ଆଲଭିଙ୍କୁ ନୋଟିସ କରିଛି ମାଇକ୍ରୋ ବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟର। ନିକଟରେ ଆରିଫ୍ ଆଲଭି କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧକରି ଚାଲିଥିବା ଏକ ଶୋଭାଯାତ୍ରାର ଭିଡ଼ିଓକୁ ଟ୍ୱିଟରରେ ସେୟାର କରିଥିଲେ। ଯେଉଁଥିପାଇଁ ଟ୍ୱିଟର ପକ୍ଷରୁ ରାଷ୍ଟ୍ରପତି ଆରିଫ୍ ଆଲଭିଙ୍କୁ ନୋଟିସ୍‌ ଜାରି ହୋଇଛି।

ଇତିହାସରେ ପ୍ରଥମଥର ପାଇଁ  କୌଣସି ଦେଶର ରାଷ୍ଟ୍ରପତିଙ୍କୁ ଏପରି ନୋଟିସ୍ ଜାରି କରିଛି ଟ୍ୱିଟର।

ଏହି ଘଟଣାକୁ ନେଇ ପାକିସ୍ତାନର ମାନବାଧିକାର ମନ୍ତ୍ରୀ ଶିରିନ ମଜାରୀ ଭାରତ ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, “ଟ୍ୱିଟର ମୋଦି ସରକାରଙ୍କ ମୁଖପାତ୍ର ହେବା ପାଇଁ ସବୁ ସୀମାପାର କରିସାରିଛି। ଟ୍ୱିଟର ଆମର ରାଷ୍ଟ୍ରପତିଙ୍କୁ ନୋଟିସ୍ ପଠାଇଛି। ଏହା ବହୁତ ଖରାପ ଓ ହାସ୍ୟାସ୍ପଦ କଥା।”

ଅନ୍ୟପଟେ ପାକିସ୍ତାନ ରାଷ୍ଟ୍ରପତିଙ୍କ ଏହି ପୋଷ୍ଟ କୌଣସି ଆଇନର ଉଲଘଂନ କରୁନାହିଁ। ତେଣୁ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ଟ୍ୱିଟର ପକ୍ଷରୁ କୁହାଯାଇଛି।

Comment