ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଆଜିଠୁ ଆରମ୍ଭ ହେଲା ‘ରିୟଲମି ୫’ ସ୍ମାର୍ଟଫୋନର ବିକ୍ରି। ଆଜି ଦିନ ୧୨ଟାରୁ ଏହାର ବିକ୍ରି ଆରମ୍ଭ ହୋଇଛି। ଗ୍ରାହକ ଏହି ସ୍ମାର୍ଟଫୋନକୁ ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟ ଏବଂ ‘ରିୟଲମି ଅନ୍‌ଲାଇନ୍‌ ଷ୍ଟୋରରୁ କିଣି ପାରିବେ।

ଗତ ସପ୍ତାହରେ ‘ରିୟଲମି ୫ ପ୍ରୋ’ ସହିତ ‘ରିୟଲମି ୫’ ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ କରାଯାଇଥିଲା। ‘ରିୟଲମି ୫’ ସ୍ମାର୍ଟଫୋନର ୩ଟି ଭାରିଏଣ୍ଟ ରହିଛି। ୩ଜିବି ରାମ୍‌+୩୨ଜିବି ରୋମ୍‌ ଭାରିଏଣ୍ଟର ଦାମ୍‌ ୯,୯୯୯ଟଙ୍କା, ୪ଜିବି+୬୪ଜିବି ଭାରିଏଣ୍ଟର ୧୦,୪୯୯ ଏବଂ ୪ଜିବି ରାମ୍‌+୧୨୮ଜିବି ଭାରିଏଣ୍ଟର ମୂଲ୍ୟ ୧୧,୯୯୯ଟଙ୍କା ରହିଛି।

Realme 5ର ସ୍ପେସିଫିକେସନ

  • ଆଣ୍ଡ୍ରଏଡ ପାଇ ୯ ଭର୍ସନ(କଲର ୬.୦)
  • ୬.୫ ଇଞ୍ଚ ଏଚ୍‌ଡି ପ୍ଲସ ଡିସପ୍ଲେ(୭୨୦x୧୬୦୦ପିକ୍ସେଲ)
  • କ୍ୱାଲକମ୍ ସ୍ନାପଡ୍ରାଗନ ୬୬୫ ପ୍ରୋସେସର
  • ୪ଟି ରିୟର କ୍ୟାମେରା(୧୨, ୮, ୨, ୨ମେଗାପିକ୍ସେଲ)
  • ୨୩ ମେଗାପିକ୍ସେଲ ସେଲ୍ଫି କ୍ୟାମେରା
  • ୫,୦୦୦ଏମ୍‌ଏଏଚ୍‌ ବ୍ୟାଟେରୀ

Comment