ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣିଥରେ ‘ପ୍ଲୁଟୋ’କୁ ମିଳିଲା ଗ୍ରହର ମାନ୍ୟତା। ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ‘ନାସା’ ପକ୍ଷରୁ ‘ପ୍ଲୁଟୋ’କୁ ପୁଣିଥରେ ଗ୍ରହର ମାନ୍ୟତା ଦିଆଯାଇଛି। ନାସାର ମୁଖ୍ୟ ଜିମ୍‌ ବ୍ରିଡେନ୍‌ଷ୍ଟିନ ଏକ କାର୍ଯ୍ୟକ୍ରମରେ ପ୍ଲୁଟୋକୁ ସୌର ମଣ୍ଡଳର ଏକ ଗ୍ରହ ବୋଲି କହିଛନ୍ତି।

ସଂଯୁକ୍ତ ରାଷ୍ଟ୍ରର ଓକ୍ଲାହୋମାଠାରେ ଆୟୋଜିତ ହୋଇଥିବା ଫାର୍ଷ୍ଟ ରୋବଟିକ୍‌ ଇଭେଣ୍ଟରେ ନାସା ମୁଖ୍ୟ ଜିମ୍‌ ବ୍ରିଡେନ୍‌ଷ୍ଟିନ ଯୋଗ ଦେଇଥିଲେ। ଏହି ଅବସରରେ ଜିମ୍‌ କହିଥିଲେ,”ଫ୍ଲୁଟୋ ହେଉଛି ଏକ ଗ୍ରହ। ଫ୍ଲୁଟୋ ଆକାରରେ ଛୋଟ ହୋଇଥିଲେ ମଧ୍ୟ ଏହା ସୌରମଣ୍ଡଳର ଏକ ଅଂଶ।”

୧୯୩୦ ମସିହରରେ ଆମେରିକୀୟ ବୈଜ୍ଞାନିକ କ୍ଲାଇଡ ୱିଲିୟମ ଟାମ୍ବୋ ସୌର ମଣ୍ଡଳର ଏହି ନବମ ଗ୍ରହକୁ ଆବିଷ୍କାର କରିଥିଲେ। ଯାହାକୁ ପ୍ଲୁଟୋ ନାମରେ ନାମିତ କରାଯାଇଥିଲା। ଆକାରରେ ଖୁବ୍‌ ଛୋଟ ହୋଇଥିବାରୁ ୨୦୦୬ ମସିହାରେ ପ୍ଲୁଟୋକୁ ଗ୍ରହ ମାନ୍ୟତାରୁ ବାଦ୍‌ ଦିଆଯାଇଥିଲା।

Comment