ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ନୂଆ ଟ୍ରାଫିକ ନିୟମ ପରେ ଆକ୍ସନ ମୋଡ୍‌ରେ ଆର୍‌ଟିଓ – ଅଟୋ ଡ୍ରାଇଭରଙ୍କୁ ୫୨ ହଜାର ଟଙ୍କା ଜରିମାନା

ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଆକ୍ସନ ମୋଡ୍‌ରେ ରହିଛି ଭୁବନେଶ୍ୱର ଆର୍‌ଟିଓ। ନିୟମ ଉଲ୍ଲଂଘନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି। ନିୟମ ଅନୁଯାୟୀ ମୋଟା ଅଙ୍କର ଜରିମାନା ବି ଆଦାୟ କରୁଛି। ଏମିତି ଏକ ଚିତ୍ର ଭୁବନେଶ୍ୱରର ଆଚାର୍ଯ୍ୟ ବିହାରରେ ଦେଖିବାକୁ ମିଳିଛି। ନୂଆ ଟ୍ରାଫିକ ନିୟମରେ ଆଜି ଜଣେ ଅଟୋ ଡ୍ରାଇଭର ଫସିଛନ୍ତି। ଅଟୋ ଡ୍ରାଇଭରଙ୍କଠାରୁ ଆର୍‌ଟିଓ ପୋଲିସ ସହାୟତାରେ ୫୨ ହଜାର ୫୦୦ ଟଙ୍କା ଜରିମାନା କଷିଛି।

ଶିବକୁମାରଙ୍କୁ ଗିରଫ ପରେ କର୍ଣ୍ଣାଟକ ଅଶାନ୍ତ – ଜଳିଲା ବସ୍‌, ଜୋରଦାର ବିକ୍ଷୋଭ

କର୍ଣ୍ଣାଟକ କଂଗ୍ରେସର ସଙ୍କଟମୋଚକ ଭାବେ ପରିଚିତ ବରିଷ୍ଠ ନେତା ଡି କେ ଶିବ କୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଏହି ଘଟଣା ପରେ ଆଶାନ୍ତ ହୋଇ ଉଠିଛି ବେଙ୍ଗାଳୁରୁ ସହର। ପରିସ୍ଥିତି କ୍ରମଶଃ ଅଣାୟତ୍ତ ହେବାରେ ଲାଗିଛି। ଗିରଫ ପରେ ଦିଲ୍ଲୀଠାରୁ ବେଙ୍ଗାଳୁରୁ ସବୁଠି ତାଙ୍କ ସମର୍ଥକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଅନେକ ସ୍ଥାନରେ କଂଗ୍ରେସ କର୍ମୀ ଟାୟାର ଜାଳି ରାସ୍ତାରୋକ କରିଥିବା ବେଳେ କର୍ଣ୍ଣାଟକ ରାଜ୍ୟ ପରିବହନ ବସ୍‌କୁ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ।

ହରିୟାଣା: ଟ୍ରାଫିକ ନିୟମ ମାନିଲେନି ଟ୍ରାକ୍ଟର ଡ୍ରାଇଭର, ଲାଗିଲା ୫୯ ହଜାର ଟଙ୍କା ଫାଇନ୍

ଟ୍ରାଫିକ୍ ନିୟମ ନମାନି ସାଧାରଣ ଲୋକ ତଥା ଗାଡ଼ି ଚାଳକମାନେ ମୋଟା ଅଙ୍କର ଟଙ୍କା ଗଣିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ସାରାଦେଶରେ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରେ ଜଣେ ଅଟୋ ଚାଳକଙ୍କଠୁ ୫୨ ହଜାର ୫ଶହ ଟଙ୍କା ଟ୍ରାଫିକ ଜରିମାନା କରିବା ପରେ କରିବା ପରେ ହରିଆଣାର ଗୁରୁଗ୍ରାମରେ ଜଣେ ଟ୍ରାକ୍ଟର ଚାଳକଙ୍କ ଉପରେ ୫୯ ହଜାର ଟଙ୍କା ଫାଇନ ହୋଇଛି।

ଜବରଦସ୍ତ ଠୁମକା ଲଗାଇ ଗଣପତିଙ୍କୁ ବିସର୍ଜନ କଲେ ଶିଳ୍ପା ସେଟ୍ଟୀ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଧୁମଧାମରେ ଗଣପତିଙ୍କ ପୂଜା ଅର୍ଚ୍ଚନା କରିବା ପରେ ଗଣପତି ବପ୍ପାଙ୍କୁ ବିଦାୟୀ ଦେଇଛନ୍ତି। ଭାରି ବର୍ଷାରେ ଶିଳ୍ପା ଓ ତାଙ୍କ ପରିବାର ଜବରଦସ୍ତ ଡ୍ୟାନ୍ସ କରି ଭଗବାନ ଗଣେଶଙ୍କୁ ବିସର୍ଜନ କରିଛନ୍ତି। ଗଣପତିଙ୍କ ବିସର୍ଜନ ସମୟରେ ଶିଳ୍ପା ସ୍ୱାମୀ ରାଜ କୁନ୍ଦ୍ରା ଓ ପୁତ୍ର ଭିଆନଙ୍କ ହସ ଜବରଦସ୍ତ ଠୁମକା ଲଗାଇଥିଲେ। ଏହାର ଭିଡିଓକୁ ଶିଳ୍ପା ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୧୭ ମୃତ

ପଞ୍ଜାବର ଗୁରୁଦାସପୁରରେ ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ପାଖାପାଖି ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଅନେକ ଗୁରୁତର ଥିବା ସୂଚନା ମିଳିଛି। ଦୁଇ ମହାଲା ବିଶିଷ୍ଟ ଏହି ବାଣ ଫ୍ୟାକ୍ଟ୍ରିରେ ପାଖାପାଖି ୫୦ରୁ ଅଧିକ ଲୋକେ କାର୍ଯ୍ୟକରୁଥିଲେ। ବିସ୍ଫୋରଣ କୋଠାଟି ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଛି। ତେବେ ଅନେକ ଲୋକ ଏବେ ବି ବିସ୍ଫୋରଣରେ ଫସି ରହିଥିବା ଜଣାପଡ଼ିଛି।

ନୂଆ ମୁଖପାତ୍ରଙ୍କ ନାଁ ଘୋଷଣା କଲା ବିଜେଡି, ଜାଣନ୍ତୁ କିଏ ଅଛନ୍ତି ଏହି ଲିଷ୍ଟରେ

ବିଜେଡି ମଙ୍ଗଳବାର ତାର ଦଳର ମୁଖପାତ୍ର, ଜାତୀୟ ମୁଖପାତ୍ରଙ୍କ ସହ ୧୦ଜଣ ପ୍ୟାନେଲିଷ୍ଟଙ୍କ ନାଁ ଘୋଷଣା କରିଛି। ଏଥିରେ ଦଳ ସାଂସଦ ସସ୍ମିତ ପାତ୍ରଙ୍କୁ ଦଳର ମିଡ଼ିଆ ସଂଯୋଜକ ଓ ମୁଖପାତ୍ର ଦାୟିତ୍ୱ ପ୍ରଦାନ କରିଛି। ପୂର୍ବରୁ ମଧ୍ୟ ସସ୍ମିତ ମୁଖପାତ୍ର ଭାବରେ ଦଳରେ ରହିଆସିଥିଲେ।

ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ

ପ୍ରବଳ ବର୍ଷା ଯୋଗୁଁ ଭାରତର ବାଣିଜ୍ୟ ରାଜଧାନୀ ମୁମ୍ବାଇ ବେହାଲ ସ୍ଥିତିରେ ପହଁଚିଛି। ନିରନ୍ତର ବର୍ଷା ଯୋଗୁଁ  ମୁମ୍ବାଇବାସୀ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି। ଜଳରେ ଉବୁଟୁବୁ ମାୟାନଗରୀରେ ଅଣନିଶ୍ୱାସୀ ହୋଇଗଲେଣି ବାସିନ୍ଦା। ଅବିରତ ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଲେଖାଏଁ ପାଣି ଜମା ହୋଇଛି।

ପାକିସ୍ତାନ କ୍ରିକେଟ୍‌ ଦଳର କୋଚ ଓ ଚୟନକର୍ତ୍ତା ହେଲେ ମିସବା-ଉଲ୍-ହକ୍

ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ନୂଆ କୋଚ୍ ଓ ଚୟନକର୍ତ୍ତା ଭାବରେ ନିଯୁକ୍ତ ହୋଇଛନ୍ତି ପୂର୍ବତନ ପାକ୍ କ୍ରିକେଟର ମିସବା-ଉଲ୍-ହକ୍। ଏହାସହିତ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ପୂର୍ବତନ କ୍ରିକେଟର ୱାକର୍ ୟୁନିସଙ୍କୁ ଦଳର ବୋଲିଂ କୋଚ୍ ଭାବରେ ନିଯୁକ୍ତି ଦେଇଛି।

ଚନ୍ଦ୍ରଯାନ ୨- ଚନ୍ଦ୍ରର ଆହୁରି ନିକଟତର ହେଲା ଲାଣ୍ଡର ବିକ୍ରମ

ଚନ୍ଦ୍ରର ଆହୁରି ନିକଟତର ହୋଇଛି ଲାଣ୍ଡର ବିକ୍ରମ। ଆଜି ଭୋରରୁ ପୁଣିଥରେ ଲାଣ୍ଡର ବିକ୍ରମକୁ ଚନ୍ଦ୍ରର ନିକଟତର କକ୍ଷକୁ ଅଣାଯାଇଛି। ଭୋର ୩ଟା ୪୧ ମିନିଟରେ ଲାଣ୍ଡରକୁ ଚନ୍ଦ୍ରର ନିକଟତମ କକ୍ଷ ତଥା ୩୫ କିଲୋମିଟର କକ୍ଷକୁ ଅଣାଯାଇଛି।

କଶ୍ମୀର: ସେନା ହାତରେ ଧରା ପଡ଼ିଲେ ଦୁଇ ଲସ୍କର-ଇ-ତୋଇବା ଆତଙ୍କବାଦୀ

ଭାରତୀୟ ସେନାଙ୍କୁ ମିଳିଛି ବଡ଼ ସଫଳତା। ଜମ୍ମୁ କଶ୍ମୀର ବାରମୂଳାରୁ  ଲସ୍କର ଇ ତୋଇବାର ଦୁଇ ଜଣ ଆତଙ୍କବାଦୀଙ୍କୁ ଜୀବନ୍ତ ଧରିବାରେ ସଫଳ ହୋଇଛି ସେନା। ବୁଧବାର ସେନା ପକ୍ଷରୁ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

ସିଙ୍ଗାପୁର ମାଡାମ ତୁଷାଦରେ ଲାଗିଲା ଶ୍ରୀଦେବୀଙ୍କ ମହମ ପ୍ରତିମୂର୍ତ୍ତି

ସିଙ୍ଗାପୁର ମାଡାମ ତୁଷାଦ ମ୍ୟୁଜିୟମ୍‌ରେ ଲାଗିଲା ଶ୍ରୀଦେବୀଙ୍କ ମହମ ପ୍ରତିମୂର୍ତ୍ତି। ଏହି ଅବସରରେ ପ୍ରତିମୂର୍ତ୍ତିକୁ ଅନାବରଣ କରିବା ପାଇଁ ପହଞ୍ଚିଲେ ବୋନି କପୁର, ଜାହ୍ନବୀ ଏବଂ ଖୁସୀ କପୁର।

ଏଣିକି ଆଚାର୍ଯ୍ୟ ବିହାର-ବାଣୀବିହାରରୁ ବସ୍‌ ଧରିବାକୁ ଥିବା ଯାତ୍ରୀ ସତ୍‌ସଙ୍ଗରୁ ଉଠିବେ

ଏଣିକି ଆଚାର୍ଯ୍ୟ ବିହାର ଓ ବାଣୀବିହାରରୁ ବସ୍‌ ଧରିବାକୁ ଥିବା ଯାତ୍ରୀମାନେ ସତ୍‌ସଙ୍ଗ ବିହାରରୁ ବସ୍‌ ଧରିପାରିବେ। ଏନେଇ କଟକଣା ଜାରି କରିଛି କମିଶନରେଟ୍‌ ପୋଲିସ।

ଓଏଚ୍‌ଆର୍‌ସି ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ

ଓଏଚ୍‌ଆର୍‌ସି ତଥା ରାଜ୍ୟ ମାନବଧିକାର ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କଲେ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ। ସେ ଆଜି ବିଧିବଦ୍ଧ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି।

ସଭ୍ୟ ସଂଗ୍ରହ ଅଭିଯାନ – ବିଜେଡି, ବିଜେପିର ବାଟ ଧରିବ କଂଗ୍ରେସ 

ଶାସକ ବିଜେଡି ଓ ବିଜେପିର ବାଟକୁ ଅନୁସରଣ କରି କଂଗ୍ରେସ ଦଳ ଏବେ ସଭ୍ୟ ସଂଗ୍ରହ ଅଭିଯାନ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛି। ତୃଣମୂଳ ସ୍ତରରେ ଦଳର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଦଳ ପକ୍ଷରୁ ଖୁବ୍ ଶୀଘ୍ର ସଦସ୍ୟ ସଂଗ୍ରହ ଅଭିଯାନ ଚାଲିବ ବୋଲି ଖବର ଆସୁଛି। ଚଳିତ ମାସରେ ହିଁ ଏହି ଅଭିଯାନ ଆରମ୍ଭ କରାଯିବ।

ଏଣିକି ଡାକ୍ତରଙ୍କ ଉପରକୁ ହାତ ଉଠାଇଲେ ୧୦ ବର୍ଷ ଜେଲ

ଦେଶରେ ରୋଗୀଙ୍କ ପରିବାର ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା କାରଣରୁ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱର ସହିତ ନେଇଛନ୍ତି। ଏଣିକି କାର୍ଯ୍ୟରତ ଡାକ୍ତରଙ୍କ ଉପରକୁ ହାତ ଉଠାଇଲେ ରୋଗୀଙ୍କ ସମ୍ପର୍କୀୟଙ୍କୁ ବହୁ ମୂଲ୍ୟ ଦେବାକୁ ହେବ।

ନରେନ୍ଦ୍ର ମୋଦୀଙ୍କୁ ପୁରସ୍କୃତ କରିବେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟସ୍ ଓ ତାଙ୍କ ପତ୍ନୀ

ପୁଣି ଥରେ ବିଦେଶରେ ସମ୍ମାନୀତ ହେବେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗାମୀ ଦିନରେ ‘ବିଲ୍ ଓ ମେଲିଣ୍ଡା ଫାଉଣ୍ଡେସନ’ ପକ୍ଷରୁ ଆମେରିକାରେ ପୁରସ୍କୃତ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ଏନେଇ ସୋମବାର ସରକାରୀ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରିଛନ୍ତି ଡକ୍ଟର ଜିତେନ୍ଦ୍ର ସିଂହ।

Comment