ଓଡ଼ିଶାଲାଇଭ୍ ବ୍ୟୁରୋ

ଓଏଚ୍‌ଆର୍‌ସି ତଥା ରାଜ୍ୟ ମାନବଧିକାର ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କଲେ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ। ସେ ଆଜି ବିଧିବଦ୍ଧ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି।

ଏହି ଅବସରରେ ସେ କହିଥିଲେ, ‘‘ଦୀର୍ଘ ଦିନ ଧରି ପଡ଼ି ରହିଥିବା ମାମଲାର ଶୀଘ୍ର ଶୁଣାଣି ହେବ। ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ଉପରେ ଅଧିକ ଗୁରୁତ୍ଵ ଦିଆଯିବ।”

ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ ପୂର୍ବରୁ ପୁରୀ ଶ୍ରୀମନ୍ଦିର ସଂସ୍କାର କମିଶନର ଜଣିକିଆ ଅଧ୍ୟକ୍ଷ ଥିଲେ। ଗତ ୭ ବର୍ଷ ହେଲା ରାଜ୍ୟ ମାନବାଧିକାର କମିଶନରେ କେହି ସ୍ଥାୟୀ ଅଧ୍ୟକ୍ଷ ନ ଥିଲେ। ପୂର୍ବରୁ ଓଡ଼ିଶା ହାଇକୋର୍ଟର ,ପୂର୍ବତନ ବିଚାରପତି ଜଷ୍ଟିସ୍‌ ବୀର କିଶୋର ମିଶ୍ର ଅସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ହୋଇଥିଲେ।

Comment