ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ବି ପି ଦାସଙ୍କୁ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏହି ନିଯୁକ୍ତି ପ୍ରସ୍ତାବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅନୁମୋଦନ ଦେଇଛନ୍ତି। ଏହାସହ ଆଇନଜୀବୀ ଅସୀମ ଅମିତାଭ ଦାସଙ୍କୁ ମାନବାଧିକାର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି।

ଗତ ୭ ବର୍ଷ ହେଲା ରାଜ୍ୟ ମାନବାଧିକାର କମିଶନରେ କେହି ସ୍ଥାୟୀ ଅଧ୍ୟକ୍ଷ ନଥିଲେ। ଜଷ୍ଟିସ୍‌ ବୀର କିଶୋର ମିଶ୍ର ଅସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ହୋଇଥିଲେ। ଗତ ୧୫ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଛି।

Comment