ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ରାଜ୍ୟର ସବୁ ଯୁକ୍ତ ୩ କଲେଜର କ୍ଲାସ୍‌ରୁମ୍‌ରେ ଲାଗିବ ସିସିଟିଭି। ଉଭୟ ଥିଓରୀ ଏବଂ ପ୍ରାକ୍ଟିକାଲ କ୍ଲାସ୍‌ରୁମ୍‌ରେ ସିସିଟିଭି ଲାଗିବ। ଏନେଇ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖିଛି।

କଲେଜ ପାଠପଢ଼ା କେମିତି ଚାଲିଛି ତାର ତଦାରଖ କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଅଧ୍ୟାପକମାନଙ୍କ ଉପସ୍ଥାନ ଦେଖିବା ପାଇଁ କଲେଜରେ ବାୟୋମେଟ୍ରିକ ବ୍ୟବସ୍ଥା କରାଯାଇଥିଲା।

ଏହାସହ କଲେଜମାନଙ୍କରେ ଶୈକ୍ଷିକ ବାତାବରଣ ଫେରାଇବା ପାଇଁ ରାଜ୍ୟ ସରକାର ‘ମୋ କଲେଜ’ ଶୁଭାରମ୍ଭ କରିଛନ୍ତି। ପୂର୍ବତନ ବିଧାୟକ ଆକାଶ ଦାସନାୟକଙ୍କୁ ‘ମୋ କଲେଜ’ ଅଧ୍ୟକ୍ଷ କରାଯାଇଛି।

ସିସିଟିଭି ଲଗାଇବା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି।

Comment