ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଭାରତରେ ଲଞ୍ଚ କରିବାକୁ ଯାଉଛି ଏକ ନୂଆ ସ୍ମାର୍ଟଫୋନ। ଯାହାର ନାଁ ରହିଛି ‘ଭିଭୋ ଭି୧୭ ପ୍ରୋ’। ଆସନ୍ତା ସେପ୍ଟେମ୍ବର ୨୦ ତାରିଖରେ ଏହାକୁ ଭାରତରେ ଲଞ୍ଚ କରାଯିବ। ତେବେ ଲଞ୍ଚ ହେବା ପୂର୍ବରୁ ଏହି ସ୍ମାର୍ଟଫୋନର କିଛି ଫିଚର ସାମ୍ନାକୁ ଆସିଛି।

କମ୍ପାନି ପକ୍ଷରୁ ଏନେଇ ଏକ ଟିଜର ମଧ୍ୟ ଲଞ୍ଚ କରାଯାଇଛି। ଟିଜର ମୂତାବିକ, ଏହି ସ୍ମାର୍ଟଫୋନରେ ୪ଟି ରିୟର କ୍ୟାମେରା ସହିତ ମୋଟ ୬ଟି କ୍ୟାମେରା ରହିଛି। ଭିଭୋ ଭି୧୭ ପ୍ରୋରେ ଡୁଅଲ ପପ୍‌-ଅପ୍‌ ସେଲ୍ଫି କ୍ୟାମେରା ରହିଛି। ତେବେ କୁହାଯାଇପାରେ, ଫଟୋଗ୍ରାଫି ପାଇଁ ଏହି ସ୍ମାର୍ଟଫୋନରେ ବିଶେଷ ଫିଚର ଦିଆଯାଇଛି।

ରିପୋର୍ଟ ମୂତାବିକ, ଆସନ୍ତା ସେପ୍ଟେମ୍ବର ୧୭ରୁ ଏହି ସ୍ମାର୍ଟଫୋନର ପ୍ରି ବୁକିଂ ଆରମ୍ଭ ହେବ। ସେହିପରି ସେପ୍ଟେମ୍ବର ୨୦ରେ ଭିଭୋ ଭି୧୭ ପ୍ରୋ ଲଞ୍ଚ ହେବାକୁ ଥିବା ବେଳେ ୨୮ରୁ ବିକ୍ରି ଆରମ୍ଭ ହେବ।

ଭିଭୋ ଭି୧୭ ପ୍ରୋ ସ୍ମାର୍ଟଫୋନରେ ୬.୫୯ ଇଞ୍ଚ ବିଶିଷ୍ଟ ଏଚ୍‌ଡି ଡିସପ୍ଲେ ମିଳୁଥିବା ବେଳେ ଏଥିରେ ଇନ୍‌ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ମିଳୁଛି। ଏହି ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ ୬୭୫ ପ୍ରୋସେସର ରହିଥିବା ଟିଜରରେ ଦର୍ଶାଯାଇଛି।

ଭିଭୋ ଭି୧୭ ପ୍ରୋ ସ୍ମାର୍ଟଫୋନର ୪ଟି ରିୟର କ୍ୟାମେରା ଥିବା ବେଳେ ପ୍ରାଇମେରୀରେ ରହିଛି ୪୮ ମେଗାପିକ୍ସେଲ କ୍ୟାମେରା। ସେହିପରି ଅନ୍ୟ ତିନୋଟିରେ ରହିଛି ୮,୨ ଏବଂ ୨ ମେଗାପିକ୍ସେଲ କ୍ୟାମେରା। ଏହି ସ୍ମାର୍ଟଫୋନରେ ୩୨ ମେଗାପିକ୍ସେଲର ବିଶିଷ୍ଟ ଦୁଅଲ ପପ୍-ଅପ୍ ସେଲ୍ଫି କ୍ୟାମେରା ରହିଛି। ୪୧୦୦ ଏମ୍‌ଏଏଚ୍‌ ବିଶିଷ୍ଟ ବ୍ୟାଟେରୀ ଥିବା ବେଳେ ୮ଜିବି ରାମ୍‌ ଓ ୧୨୮ ଜିବିର ଇଣ୍ଟର୍ଣ୍ଣାଲ ମେମୋରୀ ଦିଆଯାଇଛି।

Comment