ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଟେକ୍ନୋଲୋଜି କମ୍ପାନି ଲେନୋଭୋ ଭାରତରେ ଏକ ସ୍ମାର୍ଟ ୱାଚ୍ ଲଞ୍ଚ କରିଛି। ଯାହାର ନାଁ ଲେନୋଭୋ କାର୍ମୀ। ଭାରତରେ ଏହି ସ୍ମାର୍ଟ ୱାଚ୍ର ମୂଲ୍ୟ ମାତ୍ର ୩ ହଜାର ୪ଶହ ୯୯ଟଙ୍କା। ଏହି ସ୍ମାର୍ଟ ୱାଚ୍ର ବିକ୍ରି ରବିବାରଠାରୁ ଆରମ୍ଭ ହୋଇଯାଇଛି। ଗ୍ରାହକ ଏହି ସ୍ମାର୍ଟଫୋନକୁ ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟ ଏବଂ କ୍ରୋମାରୁ ଅର୍ଡର କରିପାରିବେ। ଉଭୟ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ୟୁଜର ଏହି ସ୍ମାର୍ଟ ୱାଚ୍‌କୁ ବ୍ୟବହାର କରିପାରିବେ।

ଲେନୋଭୋ ପକ୍ଷରୁ ଲଞ୍ଚ ହୋଇଥିବା ଏହି ୱାଚ୍‌କୁ ଫିଟ୍‌ନେସ୍‌ ସ୍ମାର୍ଟ ୱାଚ୍‌ କୁହାଯାଉଛି। କାହିଁକି ନାଁ ଏହି ସ୍ମାର୍ଟ ୱାଚ୍‌ରେ ୨୪ ଘଣ୍ଟା ପିନ୍ଧିଥିବା ବ୍ୟକ୍ତିର ହାର୍ଟ ରେଟ୍‌କୁ ମନିଟର କରାଯାଇପାରିବ। ଏଥିରେ ସ୍ଲିପ୍‌ ଟ୍ରାକିଂର ସୁବିଧା ମଧ୍ୟ ଦିଆଯାଇଛି।

ଏହି ଫିଟ୍‌ନେସ୍‌ ସ୍ମାର୍ଟ ୱାଚ୍‌ରେ ୧.୩ ଇଞ୍ଚ ଆଇପିଏସ୍‌ କଲର ଡିସପ୍ଲେ ରହିଛି। ଏହା ଟଚ୍‌ ସ୍କ୍ରିନ୍‌ ସପୋର୍ଟ ସହିତ ୨.୫ଡି କ୍ୱାଡ ଡିଜାଇନ୍‌ର ସୁବିଧା ରହିଛି। କମ୍ପାନି ପକ୍ଷରୁ ଏହି ଫିଟ୍‌ନେସ୍‌ ସ୍ମାର୍ଟ ୱାଚ୍‌କୁ ଦୁଇଟି କଳା ଏବଂ ସବୁଜ କଲର ଭାରିଏଣ୍ଟ୍‌ରେ ବଜାରକୁ ଛଡ଼ା ଯାଇଛି। ଏହି ସ୍ମାର୍ଟ ୱାଚ୍‌କୁ ଥରେ ଚାର୍ଜିଂ କଲେ ୭ଦିନ ଚାଲିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଲେନୋଭୋ କାର୍ମୀ ସ୍ମାର୍ଟ ୱାଚ୍‌ ଆଇପି୬୮ ରେଟିଙ୍ଗ୍‌ ପାଇଛି। ଯାହା ଦ୍ୱାରା ଏହି ସ୍ମାର୍ଟ ୱାଚ୍‌ ଡଷ୍ଟ ଏବଂ ୱାଟର ଫ୍ରୁଫ୍‌ ରହିଛି। ଏହାକୁ ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ ମୋବାଇଲ୍‌ରେ ଲେନୋଭୋ ଲାଇଫ୍‌ ଆପ୍‌ ଡାଉନଲୋଡ କରି ବ୍ଲ୍ୟୁଟୁଥ୍‌ରେ ପେୟାର କରିବାକୁ ପଡ଼ିବ। ଏହି ସ୍ମାର୍ଟ ୱାଚ୍‌ରେ ୨୦୦ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି।

ଅନ୍ୟାନ୍ୟ ଫିଚର ଦେଖିବାକୁ ଗଲେ, ଏହି ସ୍ମାର୍ଟ ୱାଚ୍‌ରେ ପେଡୋମିଟର ସପୋର୍ଟ ରହିଛି, ୨୪x୭ ହାର୍ଟ ରେଟ୍‌ ମନିଟର ଏବଂ ସ୍ଲିପ୍‌ ମନିଟରର ସୁବିଧା ରହିଛି। ଏହି ସ୍ମାର୍ଟ ୱାଚ୍‌ରେ ୮ଟି ସ୍ପୋର୍ଟ୍‌ସ ମୋଡ୍‌ ଦିଆଯାଇଛି। ଯଥା ସ୍କିପିଂ, ବ୍ୟାଡମିଣ୍ଟନ, ବାସ୍କେଟବଲ, ଫୁଟବଲ, ସ୍ୱିମିଂ, ବାଇକିଂ, ରନିଂ ଏବଂ ସାଇକଲିଂ ସାମିଲ ରହିଛି। ଏହି ସ୍ମାର୍ଟ ୱାଚ୍‌ରେ ପାଣିପାଗ, ଆଲାର୍ମ, ସ୍ଟପ୍‌ୱାଚ୍‌ ଏବଂ କଲ୍‌, ମେସେଜ୍‌ ଓ ଇମେଲ୍‌ ପାଇଁ ସ୍ମାର୍ଟ ନୋଟିଫିକେସନର ସୁବିଧା ରହିଛି।

Comment