ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ା: ରାୟଗଡ଼ାରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଭାରତୀୟ ମଜଦୁର ସଂଘ ୧୭ସେପ୍ଟେମ୍ବର ବିଶ୍ଵକର୍ମାଜୟନ୍ତୀକୁ ସାରା ଦେଶରେ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ ପାଳନ କରି ଆସୁଅଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ଜାତୀୟ ଶ୍ରମିକ ଦିବସ ପାଳନ କରିଛି।

ଏହି ଉପଲକ୍ଷେ ମଜଦୁର ସଂଘର ଜିଲ୍ଲା ସଭାପତି ଯୋଗେଶ୍ୱର ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ରେଳବାଇ ଷ୍ଟେସନରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମୁଖ୍ୟ ବଜାର ଦେଇ  ଅଶୋକ କଲ୍ୟାଣ ମଣ୍ଡପଠାରେ ପହଁଞ୍ଚିଥିଲେ।

ଏହି ଶୋଭାଯାତ୍ରରେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱର୍କର୍ସ ଆସୋସିଏସନ, ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ, ସ୍ୱାବଲମ୍ବୀ କାରିଗର ସଂଘ, ପାଚିକା ସଂଘ, ଜେକେ ପେପର ମଜଦୁର ସଂଘ, ଉତ୍କଳ ଆଲୁମିନା ମଜଦୁର ସଂଘ, ଇମ୍ଫା ଠିକାଦାର କର୍ମଚାରୀ ମଜଦୁର ସଂଘ, କୋଠାବାଡ଼ି ଓ ଅନ୍ୟାନ୍ୟ ମଜଦୁର ସଂଘ, ରାୟଗଡ଼ା ଜିଲ୍ଲା ଉଠାଦୋକାନୀ ମଜଦୁର ସଂଘ, ରାୟଗଡ଼ା ଜିଲ୍ଲା ବ୍ୟବସାୟ ମଜଦୁର ସଂଘ, ରାୟଗଡ଼ା ଜିଲ୍ଲା ସଫେଇ ମଜଦୁର ସଂଘ, ରାୟଗଡ଼ା ଜିଲ୍ଲା ଅଟୋଚାଳକ ମଜଦୁର ସଂଘମାନଙ୍କର ସଦସ୍ୟ ସାମିଲ ହୋଇଥିଲେ।

ଅଶୋକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଶ୍ରମ ଆୟୁକ୍ତ (ଡିଭିଜନାଲ ଲେବର କମିଶନର) ପ୍ରଶାନ୍ତ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ଦିଲ୍ଲୀପ କୁମାର ଦାସ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ ସଭାପତିଙ୍କ ସମିତ ସମ୍ପାଦକ ଖଗେଶ୍ୱର ସିଂ, ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱର୍କର୍ସ ଆସୋସିଏସନ ସମ୍ପାଦିକା ଉଷାରାଣୀ ଦାସ, ସଭାନେତ୍ରୀ ଜୟନ୍ତୀ ପଦ୍ମାଳୟା ସାହୁ, ପୋଷ୍ଟାଲ ଫେଡେରସନ ସମ୍ପାଦକ ରାଜେଶ ରାୟପଲି ପ୍ରମୁଖ ଉପସ୍ଥିତ ଥିଲେ।

Comment