ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଖୁବ୍‌ଶୀଘ୍ର ବାଲେଶ୍ଵରର ଏକମାତ୍ର ପ୍ରେକ୍ଷାଳୟ ଗାନ୍ଧୀ ସ୍ମୃତି ଭବନର ନବୀକରଣ ହେବ। ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଆଲୋଚନା କରିଛନ୍ତି ବାଲେଶ୍ଵର ପୂର୍ବତନ ସାଂସଦ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଇଞ୍ଜିନିୟର ରବୀନ୍ଦ୍ର ଜେନା।

ଏନେଇ ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା ଏକ ସମୀକ୍ଷା ବୈଠକ। ଏହି ବୈଠକରେ ଯୋଗ ଦେଇ ରବୀନ୍ଦ୍ର ଜେନା ବାଲେଶ୍ଵର ସହରର ବିକାଶ ଓ ପ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ବୈଠକରେ ଶ୍ରୀ ମହାନ୍ତି ଗାନ୍ଧୀ ସ୍ମୃତି ଭବନର ନବୀକରଣ ତଥା ପ୍ରେକ୍ଷାଳୟକୁ ସେଣ୍ଟ୍ରାଲ ଶୀତତାପ ନିୟନ୍ତ୍ରିତ କରିବା ପାଇଁ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ସେହିପରି ନୂଆବଜାରଠାରେ ଏକ ଇଣ୍ଟିଗ୍ରେଟେଡ୍ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ ହେବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।

ଏହି ବୈଠକରେ ଅନ୍ୟାନ୍ୟ ବିଧାୟକ ତଥା ବରିଷ୍ଠ ନେତୃବୃନ୍ଦ, ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ମ୍ୟୁନିସିପାଲ ପ୍ରଶାସନର ନିର୍ଦ୍ଦେଶକ ପ୍ରମୁଖ  ଉପସ୍ଥିତ ଥିଲେ।

Comment