ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାମସଙ୍ଗ ଭାରତରେ ଲଞ୍ଚ କରିଛି ଗାଲାକ୍ସି ଏମ୩୦ଏସ ଏବଂ ଏମ୧୦ଏସ ସ୍ମାର୍ଟଫୋନ। ସାମସଙ୍ଗ ଏମ୩୦ଏସ ସ୍ମାର୍ଟଫୋନ ହେଉଛି ପୂର୍ବରୁ ଥିବା ସାମସଙ୍ଗର ଏମ୍‌୩୦ର ଅପଗ୍ରେଡେଡ୍‌ ଭର୍ସନ। ଏହି ସ୍ମାର୍ଟଫୋନର ଖାସ୍‌ କଥା ହେଉଛି ଏଥିରେ ୬ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ ରହିଛି। ଅନ୍ୟପକ୍ଷରେ ଏମ୧୦ଏସ ସ୍ମାର୍ଟଫୋନରେ ସୁପର ଏମୋଲେଡ ଡିସପ୍ଲେ ଏବଂ ଟ୍ରିପଲ ରିୟର କ୍ୟାମେରା ମଧ୍ୟ ରହିଛି।

ସାମସଙ୍ଗର କହିବା ଅନୁଯାୟୀ, ୧୦ ହଜାର ବଜେଟ୍‌ ଭିତରେ ଥିବା ଏମ୧୦ଏସ ହେଉଛି ଏକମାତ୍ର ସ୍ମାର୍ଟଫୋନ ଯେଉଁଥିରେ ଏମୋଲେଡ ଡିସପ୍ଲେ ରହିଛି। ଏହି ସ୍ମାର୍ଟଫୋନର ୩ଜିବି/୩୨ଜିବି  ଭାରିଏଣ୍ଟର ମୂଲ୍ୟ ୮,୯୯୯ଟଙ୍କା ରହିଛି।

ସେହିପରି ସାମସଙ୍ଗ ଗାଲାକ୍ସି ଏମ୩୦ଏସ ସ୍ମାର୍ଟଫୋନର ୪ଜିବି ଏବଂ ୬୪ଜିବି ଭାରିଏଣ୍ଟର ମୂଲ୍ୟ ୧୩,୯୯୯ଟଙ୍କା ଥିବା ବେଳେ ୬ଜିବି ୧୨୮ ଜିବି ଭାରିଏଣ୍ଟର ମୂଲ୍ୟ ୧୬,୯୯୯ଟଙ୍କା ରହିଛି। ଆସନ୍ତା ସେପ୍ଟେମ୍ବର ୨୯ରୁ ଏହାର ବିକ୍ରି ଆରମ୍ଭ ହେବ। ଗ୍ରାହକ ଏହାକୁ ଆମାଜନ ଇଣ୍ଡିଆ ଏବଂ ସାମସଙ୍ଗ ଷ୍ଟୋରରୁ କିଣିପାରିବେ।

ସାମସଙ୍ଗ ଗାଲାକ୍ସି ଏମ୩୦ଏସ ସ୍ପେସିଫିକେସନ

  • ୬.୪ଇଞ୍ଚ ବିଶିଷ୍ଟ ସୁପର ଏମୋଲେଡ ଡିସ୍‌ପ୍ଲେ
  • ୬ ହଜାର ଏମଏଏଚ୍‌ ବ୍ୟାଟେରୀ
  • ଆଣ୍ଡ୍ରଏଡ୍‌ ୯ ସହିତ ସାମସଙ୍ଗ ୱାନ ୟୁଜର ଇଣ୍ଟରଫେସ୍‌
  • ଟ୍ରିପଲ ରିୟର କ୍ୟାମେରା (ପ୍ରାଇମେରୀ ୪୮ ମେଗାପିକ୍ସେଲ)
  • ଅକ୍ଟାକୋର ଏକ୍ସିନୋଜ୍‌ ୯୬୧୧ ପ୍ରୋସେସର
  • ଦୁଇଟି ମେମୋରୀ ଭାରିଏଣ୍ଟ(୪ଜିବି+୬୪ ଜିବି ଏବଂ ୬ଜିବି+୧୨୮ ଜିବି)

ସାମସଙ୍ଗ ଗାଲାକ୍ସି ଏମ୧୦ଏସ ସ୍ପେସିଫିକେସନ

  • ୬.୪ଇଞ୍ଚ ବିଶିଷ୍ଟ ସୁପର ଏମୋଲେଡ ଡିସ୍‌ପ୍ଲେ
  • ୪ ହଜାର ଏମଏଏଚ୍‌ ବ୍ୟାଟେରୀ
  • ଫିଙ୍ଗରପ୍ରିଣ୍ଟ ସ୍କାନର
  • ୧୩ ମେଗାପିକ୍ସେଲ ପ୍ରାଇମେରୀ ସହ ରିୟର କ୍ୟାମେରା
  • ୮ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା
  • ଏକ୍ସିନୋଜ୍‌ ୮୮୪ବି ପ୍ରୋସେସର

Comment