ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ: ପୂର୍ବାଞ୍ଚଳ ପୋଲିସ ଆଇଜି ଦିପ୍ତେଶ ପଟ୍ଟନାୟକ ଗୁରୁବାର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ବାରିପଦାରେ ଆୟୋଜିତ ପୋଲିସ ଅଧିକାରୀଙ୍କ ଆଲୋଚନା ସଭାରେ ଅଂଶଗ୍ରହଣ କରିଥିଲେ।

ମୟୂରଭଞ୍ଜ ଜିଲ୍ଲା ଏସପି ସ୍ମିଥ ପି ପରମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଇ ଜି ଦିପ୍ତେଶ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ହେବାକୁଥିବା ମୋ ସରକାର ବ୍ୟବସ୍ଥା ସମ୍ପର୍କରେ ପୋଲିସ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।

ସେହିପରି ପୋଲିସ ଅଧିକାରୀମାନେ ଥାନାକୁ ଆସିଥିବା ସାଧାରଣ ଲୋକଙ୍କ ସହ କିପରି ବ୍ୟବହାର କରିବେ ସେନେଇ ଆଇଜି ସମସ୍ତଙ୍କୁ ସଚେତନ କରାଇଥିଲେ।

ଏହିକାର୍ଯ୍ୟକ୍ରମରେ ମୟୂରଭଞ୍ଜ ଏସପି ସ୍ମିଥ ପି ପରମାରଙ୍କ ସମେତ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ, ଜିଲ୍ଲାର ବିଭିନ୍ନ ଥାନାରୁ ଆସିଥିବା ପୋଲିସ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ।

Comment