ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ମୁଖ୍ୟ ଖବର।

ନିହାରିକା ହତ୍ୟାକାଣ୍ଡ, ଜେଲ ଗଲା ବୟଫ୍ରେଣ୍ଡ ରାଜା

ବହୁ ଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ବୟଫ୍ରେଣ୍ଡ ରାଜାକୁ ଜେଲ ପଠାଯାଇଛି। ଗିରଫ ହେବା ପରେ ରାଜା ଜାମିନ ପାଇଁ କୋର୍ଟର ଦ୍ଵାରସ୍ଥ ହୋଇଥିଲା। ହେଲେ କୋର୍ଟ ଜାମିନ ଆବେଦନ ଖାରଜ କରିବା ସହ ତାକୁ ଜଗତସିଂହପୁରସ୍ଥିତ ଆଳିପିଙ୍ଗଳ ଜେଲକୁ ପଠାଇଛି।

‘ମୋଷ୍ଟ୍ ପାଓ୍ଵାରଫୁଲ୍ ଓମେନ୍’ ତାଲିକାରେ ଅନୁଷ୍କା ଶର୍ମା

ଫରଚ୍ୟୁନ୍ ଇଣ୍ଡିଆ ମାଗାଜିନ୍‌ର ‘ମୋଷ୍ଟ୍ ପାଓ୍ଵାରଫୁଲ୍ ଓମେନ୍-୨୦୧୯’ ସବୁଠୁ ଶକ୍ତିଶାଳୀ ମହିଳା ତାଲିକାରେ ସାମିଲ ହୋଇଛନ୍ତି ବଲିଉଡର ବବ୍‌ଲି ଅଭିନେତ୍ରୀ ଅନୁଷ୍କା ଶର୍ମା। ଟପ୍ ୫୦ ତାଲିକାରେ ସବୁଠାରୁ ଯୁବ ମହିଳା ହେଲେ ଅନୁଷ୍କା। ୨୦୦୮ରେ ‘ରବ୍ ନେ ବନାଦି ଯୋଡ଼ି’ ଫିଲ୍ମ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିବା ଅନୁଷ୍କାଙ୍କ ସ୍ଥାନ ୩୯ ତାଲିକାରେ ରହିଛି। କମ୍ ବୟସରୁ ଜଣେ ସଫଳ ଅଭିନେତ୍ରୀ ଆଉ ପ୍ରଯୋଜିକା ଭାବେ ପରିଚୟ ସୃଷ୍ଟି କରି ପାରିଥିବାରୁ ଏହି ତାଲିକାରେ ତାଙ୍କ ନାମ ରହିଛି।

କାହିଁକି ନର୍ସ ନିହାରିକାଙ୍କୁ ହତ୍ୟା କଲା ରାଜା? ଜଗତ୍‌ସିଂହପୁର ଏସ୍‌ପି କହିଲେ ପୂରା କାହାଣୀ

ନର୍ସ ନିହାରିକା ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇଛି ଜଗତ୍‌ସିଂହପୁର ପୋଲିସ। ଏସ୍‌ପି ଆର୍ ପ୍ରକାଶ ସାମ୍ବାଦିକ ସମ୍ମିଳନୀ କରି ନିହାରିକା ହତ୍ୟାକାଣ୍ଡର ପୂରା କାହାଣୀ ବଖାଣିଛନ୍ତି। କାହିଁକି, କିଏ ଏବଂ କେବେ ନିହାରିକାଙ୍କୁ ହତ୍ୟାକଲା ତା’ର ପୂରା ଚିତ୍ର ବଖାଣିଛନ୍ତି ଏସ୍‌ପି। ଏସ୍‌ପି କହିଛନ୍ତି, ‘‘ନିହାରିକାକୁ କେବଳ ରାଜା ହିଁ ମାରିଛି। ଏହି ହତ୍ୟାକାଣ୍ଡରେ ଆଉ କେହି ସଂପୃକ୍ତ ନାହାନ୍ତି। ନିହାରିକାଙ୍କୁ କେମିତି ହତ୍ୟା କଲା ଏବଂ କେମିତି ବିଲୁଆଖାଇ ନଦୀ ପଠାକୁ ଆସିଲା ତାର ଡେମୋ ଦେଖାଇଥିଲା ରାଜା। ନିହାରିକା ହତ୍ୟାକାଣ୍ଡରେ ରାଜାର ହାତ ଥିବା ସେ ମାନିଛି। ଆମେ ତାକୁ କୋର୍ଟ ଚାଲାଣ କରିବୁ ଏବଂ ପରେ ରିମାଣ୍ଡରେ ଆଣିବୁ।’’

ସ୍ପଷ୍ଟ କଲେ ଜଗତସିଂହପୁର ଏସପି – ‘ରାଜା ହିଁ ନିହାରିକାର ହତ୍ୟାକାରୀ’

ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ଜଗତସିଂହପୁର ପୋଲିସ। ନିହାରିକାକୁ ବୟଫ୍ରେଣ୍ଡ ରାଜା ହତ୍ୟା କରିଛି। ଏକଥାକୁ ସାମ୍ଵାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଜଗତସିଂହପୁର ଏସପି ଆର ପ୍ରକାଶ। ଗତ ୮ ତାରିଖରେ ରାଜା ନିହାରିକାକୁ ନର୍ସିଂହୋମରୁ ନେଇ ଚାଉଳିଆଗଞ୍ଜସ୍ଥିତ ତାର ବନ୍ଧୁ ଘରକୁ ଯାଇଥିଲା। ସେଠାରେ ରାଜା ଓ ନିହାରିକା ମଧ୍ୟରେ ଚାକିରିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପରେ ରାଜା ନିହାରିକୁ ହତ୍ୟା କରି ଏକ ଅଖାରେ ଶବକୁ ଭର୍ତ୍ତି କରିଥିଲା।

ଅଢ଼େଇ ବର୍ଷରେ ଆଉ ଏକ ଉପ-ନିର୍ବାଚନ – ଏଥର କାହାର ହେବ ବିଜେପୁର?

ବିଜେପୁରରେ ହେବ ଉପ-ନିର୍ବାଚନ। ଏଥିପାଇଁ ବିଗୁଲ ଫୁଙ୍କିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଅରୋରା। ଅକ୍ଟୋବର ୨୧ରେ ଭୋଟ ଗ୍ରହଣ ତାରିଖ ଘୋଷଣା ପରେ ସବୁ ରାଜନୀତିକ ଦଳରେ ଉତ୍ସାହ ଦେଖାଦେଇଛି। ବିଜେପୁରକୁ ଆଗାମୀ ୫ ବର୍ଷ ପାଇଁ କବ୍‌ଜା କରିବା ପାଇଁ ତିନି ଦଳରେ ପ୍ରସ୍ତୁତି ଆରମ୍ଭ ହେଲାଣି।

ଅକ୍ଟୋବର ୨୧ରେ ବିଜେପୁର ଭୋଟ୍‌

ଅକ୍ଟୋବର ୨୧ରେ ବିଜେପୁର ଉପ-ନିର୍ବାଚନ। ଆଜି ଦିଲ୍ଲୀରେ ନିର୍ବାଚନ କମିଶନ ମୁଖ୍ୟ ସୁନିଲ ଅରୋରା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଅକ୍ଟୋବର ୨୧ରେ ଭୋଟ୍‌ ଗ୍ରହଣ। ୨୩ରେ ଭୋଟ୍‌ ଗଣତି କରାଯାଇ ୨୪ରେ ଫଳାଫଳ ବାହାରିବା ନେଇ ଘୋଷଣା କରିଛନ୍ତି।

ଅକ୍ଟୋବର ୨୧ରେ ମହାରାଷ୍ଟ୍ର, ହରିୟାଣା ବିଧାନସଭା ନିର୍ବାଚନ – ୨୪ରେ ରେଜଲ୍ଟ

ମହାରାଷ୍ଟ୍ର, ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଅକ୍ଟୋବର ୨୧ରେ ଉଭୟ ରାଜ୍ୟରେ ନିର୍ବାଚନ ହେବାକୁ ଥିଲାବେଳେ ୨୪ରେ ଭୋଟ ଗଣତି ହେବ। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ସାମ୍ବାଦିକ ସମ୍ମଳିନୀ କରି ଏହି ତାରିଖ ଘୋଷଣା କରିଛନ୍ତି।

ପୁରୀ ବେଳାଭୂମିରେ ଚାଲିଛି ସଫେଇ କାର୍ଯ୍ୟକ୍ରମ: ଯୋଗଦେଲେ ବଲିଉଡ ଆକ୍ଟର ବିଦ୍ୟୁତ୍‌ ଜମ୍ମଓ୍ୱଲ

ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଅଭିଯାନ ଅବସରରେ ପୁରୀ ବେଳାଭୂମିରେ ଚାଲିଛି ସଫେଇ କାଯ୍ୟକ୍ରମ। ଏହି ବିଶାଳ ମୋ ବିଚ୍‌ କାର୍ଯ୍ୟକ୍ରମରେ ଯୋଗ ଦେଲେ ବଲିଉଡ ତଥା ଟଲିଉଡ ଅଭିନେତା ବିଦ୍ୟୁତ୍‌ ଜମ୍ମଓ୍ୱଲ। ସେ ଏହି ସଫେଇ ଅଭିଯାନରେ ଯୋଗ ଦେଇ ବେଳାଭୂମିକୁ ସ୍ଵଚ୍ଛ ଓ ସୁନ୍ଦର ଭାବେ ଗଢ଼ି ତୋଳିବାକୁ ବାର୍ତ୍ତା ଦେଇଛନ୍ତି।

ଆସନ୍ତାକାଲି ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ – ଆମେରିକା ଗସ୍ତ କଲେ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି ଆମେରିକାର ହଷ୍ଟନ ସହରରେ ହେବ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ। ଏଥିପାଇଁ ଶନିବାର ଆମେରିକା ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦ୍ୱିତୀୟ ଥର ପାଇଁ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଆମେରିକା ଗସ୍ତ।

ନନ୍ଦନକାନନରେ ହାରପିସ୍‌ ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ

ନନ୍ଦନକାନନରେ ଗତ ୨୬ ଦିନରେ ୪ଟି ହାତୀଙ୍କ ମୃତ୍ୟୁ ଘଟିଲାଣି। ହାରପିସ୍‌ ଭୂତାଣୁ ଯୋଗୁଁ ହାତୀମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହାରପିସ ଭୂତାଣୁ ମୁକାବିଲା ନେଇ ଶନିବାର ନନ୍ଦନକାନନରେ ଉଚ୍ଚସ୍ତରୀୟ ବୈଠକ ବସିଛି। ବୈଠକରେ ହାରପିସ କବଳରୁ କିପରି ହାତୀଙ୍କୁ ରକ୍ଷା କରାଯାଇ ପାରିବ ସେନେଇ ଆଲୋଚନା ହୋଇଛି।

Comment