ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଲଞ୍ଚ ହେଲା ନୋକିଆ ୭.୨ ସ୍ମାର୍ଟଫୋନ। ଚଳିତ ମାସ ଆରମ୍ଭରେ ବର୍ଲିନରେ ଆୟୋଜିତ ହୋଇଥିବା ଆଇଏଫ୍‌ଏ ୨୦୧୯ରେ ଏହି ସ୍ମାର୍ଟଫୋନକୁ ପ୍ରଦର୍ଶନ କରାଯାଇଥିଲା। ନୋକିଆ ୭.୨ ସ୍ମାର୍ଟଫୋନର ଦୁଇଟି ମେମୋରୀ ଭାରିଏଣ୍ଟ ବଜାରକୁ ଛଡ଼ା ଯାଇଛି। ୪ଜିବି+୬୪ ଜିବି ଏବଂ ୬ଜିବି+୬୪ଜିବି।

ଭାରତରେ ୪ଜିବି ରାମ୍‌ ଓ ୬୪ ଜିବି ରୋମ୍‌ ଭାରିଏଣ୍ଟର ମୂଲ୍ୟ ୧୮,୫୯୯ ଟଙ୍କା ରହିଥିବା ବେଳେ ୬ଜିବି ରାମ୍‌ ଏବଂ ୬୪ଜିବି ରୋମ୍‌ର ଦାମ୍‌ ୧୯,୫୯୯ଟଙ୍କା ରହିଛି। ଗ୍ରାହକ ଆସନ୍ତା ସେପ୍ଟେମ୍ବର ୨୩ରୁ ଅଫଲାଇନ୍‌ ଏବଂ ଅନ୍‌ଲାଇନ ଫ୍ଲିପକାର୍ଟ ଷ୍ଟୋର ଏବଂ ନୋକିଆ ଅନଲାଇନ ଷ୍ଟୋରରୁ କିଣି ପାରିବେ।

ଏହି ସ୍ମାର୍ଟଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟ୍‌-ଅପ୍‌ ଦିଆଯାଇଛି। ୪୮ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରାରେ ଥିବା ବେଳେ ୮ ମେଗାପିକ୍ସେଲ ସେକେଣ୍ଡାରୀ ଏବଂ ୫ ମେଗାପିକ୍ସେଲର ଡେପ୍‌ଥ ସେନ୍ସର ଦିଆଯାଇଛି। ସେହିପରି ସେଲ୍ଫି ପାଇଁ ୨୦ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ନୋକିଆ ୭.୨ ସ୍ମାର୍ଟଫୋନରେ।

ନୋକିଆ ୭.୨ ସ୍ମାର୍ଟଫୋନ ସ୍ପେସିଫିକେସନ

  • ୬.୩ ଇଞ୍ଚ ଏଚ୍‌ଡି ପ୍ଲସ ଡିସପ୍ଲେ
  • ଅକ୍ଟାକୋର କ୍ୱାଲକମ୍ ସ୍ନାପଡ୍ରାଗନ ୬୦୦ ପ୍ରୋସେସର
  • ଟ୍ରିପଲ ରିୟର କ୍ୟାମେରା(୪୮, ୮ ଏବଂ ୫ ମେଗାପିକ୍ସେଲ)
  • ୨୦ ମେଗାପିକ୍ସେଲର ସେଲ୍ଫି କ୍ୟାମେରା
  • ୩୫୦୦ ଏମ୍‌ଏଏଚ୍‌ ବ୍ୟାଟେରୀ

Comment