ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟିୟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ନେଇ ଜୋର ଚର୍ଚ୍ଚା ହେଉଥିଲା। ସେହି ସମୟରେ ଅନୁଷ୍କାଙ୍କ ଡାଏମଣ୍ଡ ମୁଦିକୁ ନେଇ ଚର୍ଚ୍ଚା ବଢ଼ିଥିଲା।

ଅନୁଷ୍କା ତାଙ୍କ ବାମ ହାତର ମଝି ଆଙ୍ଗୁଠିରେ ଏକ ମୁଦି ପିନ୍ଧିଥିବା ଦେଖିବାକୁ ମଳିଥିଲା। ବିରାଟ ଏହି ମୁଦି ବାହାଘରର ଦୁଇଦିନ ପୂର୍ବରୁ ଅନୁଷ୍କାଙ୍କୁ ଉପହାର ଦେଇଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଅନୁଷ୍କା ପିନ୍ଧିଥିବା ମୁଦିର ଦାମ୍‌ ଥିଲା ୧ କୋଟି ଟଙ୍କା। ଖାସ୍‌ ବାହାଘରରେ ଉପହାର ଦେବା ପାଇଁ ବିରାଟ ଏହି ମୁଦିକୁ କିଣିଥିଲେ।

ମିଡିଆ ରିପୋର୍ଟ ଅନୁସାରେ ମୁଦି ଖୋଜିବା ପାଇଁ ବିରାଟଙ୍କୁ ୩ ମାସ ସମୟ ଲାଗିଥିଲା। ମୋଦିର ଡିଜାଇନ୍ କିପରି ହେବ ତାକୁ ନେଇ ବିରାଟ ଚିନ୍ତାରେ ପଡ଼ିଥିଲେ। ଶେଷରେ ଅଷ୍ଟ୍ରିୟାର ଜଣେ କାରିଗର ଅନୁଷ୍କାଙ୍କ ପାଇଁ ମୁଦି ଡିଜାଇନ୍ କରିଥିଲେ। ଏହି ମୁଦିରେ ଅନ୍ୟକୁ ଚମକାଇବା ଭଳି ଉପାଦାନ ଖଚିତ ହୋଇଛି। ଏହି ମୁଦିକୁ ଯେତେ ଥର ଦେଖିବେ ତାର ଡିଜାଇନ୍ ପ୍ରତି ଥର ନୂଆ ନୂଆ ଲାଗିବ।

Comment