ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ହେଉଛି ବିଶ୍ୱ ଫାର୍ମାସିଷ୍ଟ ଦିବସ। ଏହି ଅବସରରେ କୋରାପୁଟ ଜିଲ୍ଲା ଜୟପୁର ଫାର୍ମାସି କଲେଜରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି। ଜାତୀୟ ଫାର୍ମାସି ସଂଗଠନ ଏବଂ ଜୟପୁର ଫାର୍ମାସି କଲେଜର ମିଳିତ ଆନୁକୁଲ୍ୟରେ ଏହି ଉତ୍ସବ ପାଳନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ତଥା ଯୁବ ଉଦ୍ୟୋଗୀ ନୀଳ ମାଧବ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। କିଭଳି ଫାର୍ମାସି ପାଠ୍ୟକ୍ରମ ଦ୍ୱାରା ନିଜକୁ ସ୍ୱାବଲମ୍ବୀ କରାଯାଇ ପାରିବ ସେନେଇ ଶ୍ରୀ ସାହୁ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ପ୍ରଦାନ କରିଥିଲେ। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ କେଉଁ ସବୁ ସୂବିଧାକୁ ବିନିଯୋଗ କରାଯାଇ ଫାର୍ମାସି ପାଠ୍ୟକ୍ରମ ଦ୍ୱାରା ଜଣେ ସଫଳ ଉଦ୍ୟୋଗୀ ହୋଇ ପାରିବେ ସେନେଇ ସେ ମତବ୍ୟକ୍ତ କରିଥିଲେ।

ଚଳିତ ବର୍ଷ ପାଇଁ ବିଷୟବସ୍ତୁ ସମସ୍ତଙ୍କ ପାଇଁ ସୁରକ୍ଷିତ ଏବଂ ଫଳପ୍ରଦ ଔଷଧ ରହିଥିଲା। ଏହି ବିଷୟକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ବିତର୍କ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ସୁମିତ କୁମାର ଦାଶ, ଦ୍ୱିତୀୟ ସ୍ଥାନରେ ଅନ୍ୱେଷା ଦେ ଏବଂ ତୃତୀୟ ସ୍ଥାନରେ ଲକ୍ଷ୍ମୀକାନ୍ତ ରଥଙ୍କୁ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ମୂଖ୍ୟ ବକ୍ତା ଭାବରେ ମହାବିଦ୍ୟାଳୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ମିଶ୍ର, ଅଧ୍ୟକ୍ଷ ଡକ୍ଟର ପ୍ରସନ୍ନ କୁମାର କର ସଭାପତିତ୍ୱ କରି ଛାତ୍ରଛାତ୍ରୀଙ୍କୁ ଫାର୍ମାସିଷ୍ଟମାନଙ୍କ ଭୂମିକା ଏବଂ ଦାୟିତ୍ୱ ସମ୍ପର୍କରେ କହିଥିଲେ। ଏହି ସଭାରେ କଲେଜରେ ସମସ୍ତ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ଶେଷରେ ସୁଶ୍ରୀ ସ୍ନିଗ୍ଧାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Comment