ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ହଟହଟା। ତେବେ ବର୍ତ୍ତମାନ ତାଙ୍କୁ ନବୀନ ନିବାସରୁ ଡାକରା ଆସିଛି। ଆଜି ଅପରାହ୍‌ଣ ୪ଟାରେ ଚନ୍ଦ୍ରଶେଖର ରାଓ ନବୀନ ନିବାସ ଯିବେ। ତେବେ କର୍ମୀଙ୍କୁ ଚାପୁଡ଼ା ମାରିବା ଘଟଣାରେ ସାଂସଦଙ୍କୁ ନବୀନ ନିବାସରୁ ଡାକରା ଆସିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ଆଜି ପାରଳାଖେମୁଣ୍ଡିରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏହି ଅବସରରେ ପୂର୍ବ ଯୁବ କଂଗ୍ରେସ ଜିଲ୍ଲା ସଭାପତି ସଂଗ୍ରାମ ସାହୁ  ନିଜ କର୍ମୀଙ୍କ ସହ ବିଜେଡି ଦଳରେ ଯୋଗ ଦେଇଥିଲେ। ସମସ୍ତ କର୍ମୀଙ୍କୁ ଉତ୍ତରୀୟ ଦେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଦଳକୁ ସ୍ୱାଗତ କରୁଥିଲେ।

ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସଂଗ୍ରାମକୁ ଉତ୍ତରୀୟ ଦେଇ ସ୍ୱାଗତ କରୁଥିଲେ। ଏତିକି ବେଳେ ଚନ୍ଦ୍ରଖେଖର ସାହୁ ସଂଗ୍ରମାଙ୍କୁ ସମସ୍ତଙ୍କ ଆଗରେ ଚାପୁଡ଼ା ମାରିଥିଲେ। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Comment