ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ସଦର ମହକୁମା ନିକଟସ୍ଥ ପାତ୍ରମୁଣ୍ଡା ଗାଁ ସରକାରୀ ହାଇସ୍କୁଲରେ ପୋଷାକ ଓ ଜୋତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଉପସ୍ଥିତ ରହି ଛାତ୍ରଛାତୀଙ୍କୁ ପୋଷାକ ଓ ଜୋତା ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ କୁମୁଦ ନାୟକ ଅଧ୍ୟକ୍ଷତାରେ ଅୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ଆରମ୍ଭରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ପିଲାମାନେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀମାନେ ଆମ ଦେଶର ଭବିଷ୍ୟତ ତେଣୁ ସ୍କୁଲରେ ଭଲ ପାଠ ପଢ଼ି ଗ୍ରାମ ଓ ଜିଲ୍ଲାର ନାଁ ରଖିବାକୁ ନିଜ ଅବିଭାଷଣରେ ବିଧାୟକ ସଦାଶିବ ପ୍ରଧାନୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ପାତ୍ରମୁଣ୍ଡା ଗାଁ ସରପଞ୍ଚ ଚମ୍ପା ନାୟକ, ୱାର୍ଡ ମେମ୍ବର ରାଧା ଜାନୀ, ଖାଗପତି କଂସାରି, ଏବଂ ବିଦ୍ୟାଳୟ ସଭାପତି ନବୀନ ମାଝୀ ପ୍ରମୁଖ ମଞ୍ଚାସିନ ରହିଥିଲେ। ସ୍କୁଲର ଶିକ୍ଷକ ମାନ ଗୋବିନ୍ଦ ଦାସ, ପୁଷ୍ପଲତା ନାଳ, ଆର ଜଗଦିଶ୍ୱରୀ, ଆରତୀ ସାହୁ, ତନୁଯା ହିଆଲ, ସାଂଗୀତା ବେଶ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comment