ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନ ନିର୍ମାତା କମ୍ପାନି ୱାନ୍ ପ୍ଲସ ପକ୍ଷରୁ ଆଜି ଭାରତରେ ଏକ ଇଭେଣ୍ଟ ଆୟୋଜନ କରାଯାଉଛି। ଏହି ଅବସରରେ କମ୍ପାନି ଭାରତରେ ଲଞ୍ଚ କରିବ ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ ‘ୱାନ୍ ପ୍ଲସ ୭ଟି’ ଏବଂ ‘ୱାନ୍ ପ୍ଲସ ୭ଟି ପ୍ରୋ’। ତେବେ ଏହା ପୂର୍ବରୁ ଏହି ସ୍ମାର୍ଟଫୋନର କିଛି ଫିଚର ସାମ୍ନାକୁ ଆସିଛି।

ୱାନ୍ ପ୍ଲସ କମ୍ପାନିର ସିଇଓ ପେଟେ ଲୁ ଘୋଷଣା କରିଛନ୍ତି କି, ‘ୱାନ୍ ପ୍ଲସ ୭ଟି’ ସ୍ମାର୍ଟଫୋନରେ ଆଣ୍ଡ୍ରଏଡ ୧୦ ଅପରେଟିଂ ସିଷ୍ଟମ ପ୍ରିଲୋଡେଡ୍‌ ରହିବ। ୱାନ୍ ପ୍ଲସ ହେଉଛି ଏକମାତ୍ର କମ୍ପାନି ଯିଏକି ସ୍ମାର୍ଟଫୋନରେ ଆଣ୍ଡ୍ରଏଡ ୧୦ ଓଏସ୍‌ ଦେଉଛି।

‘ୱାନ୍ ପ୍ଲସ ୭ଟି’ ସ୍ମାର୍ଟଫୋନରେ ସର୍କୁଲାର କ୍ୟାମେରା ମଡ୍ୟୁଲ ଦିଆଯିବ। ଯାହାକି ପୂର୍ବରୁ ଥିବା ‘ୱାନ୍ ପ୍ଲସ ୭’ ସ୍ମାର୍ଟଫୋନଠାରୁ ଏହାକୁ ଅଲଗା କରିବ। ତେବେ ଲୁକ୍‌କୁ ଦେଖିବାକୁ ଗଲେ ଏଥିରେ ଅନ୍ୟ କୌଣସି ପରିବର୍ତ୍ତନ କରାଯାଇନପାରେ। ଏହି ସ୍ମାର୍ଟଫୋନରେ ଇନ୍‌ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି।

ରିପୋର୍ଟ ମୂତାବିକ, ‘ୱାନ୍ ପ୍ଲସ ୭ଟି’ ସ୍ମାର୍ଟଫୋନରେ କ୍ୱାଲକମ ସ୍ନାପଡ୍ରାଗନ ୮୫୫ ପ୍ଲସ ପ୍ରୋସେସର ଦିଆଯିବ। ଏଥିରେ ଗ୍ରାହକ ୮ଜିବିର ରାମ୍‌ ଏବଂ ୨୫୬ ଜିବିର ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ପାଇପାରନ୍ତି। ଏହି ସ୍ମାର୍ଟଫୋନରେ ୩୮୦୦ ଏମ୍‌ଏଏଚ୍‌ ବ୍ୟାଟେରୀ ଦିଆଯିବ।

Comment