ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରାର୍ଥିପତ୍ର ଦାଖଲ। ଶେଷ ଦିନ ସୁଦ୍ଧା ୭ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ବିଜେଡିରୁ ରୀତା ସାହୁ, କଂଗ୍ରେସରୁ ଦିଲ୍ଲୀପ କୁମାର ପଣ୍ଡା ଏବଂ ବିଜେପିରୁ ସନତ ଗଡ଼ତିଆ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ତିନି ଦଳର ପ୍ରାର୍ଥୀଙ୍କ ସମେତ ୪ ଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ମୋଟ ୭ ଜଣ ପ୍ରାର୍ଥୀ ବିଜେପୁର ନିର୍ବାଚନ ମଇଦାନରେ ରହିଥିବା ଜଣାପଡ଼ିଛି।

୨୦୧୯ ନିର୍ବାଚନରେ ବିଜେପୁରରେ ୬ ଜଣ ପ୍ରାର୍ଥୀ ଥିଲେ। ବିଜେଡି, କଂଗ୍ରେସ, ବିଜେପି ସମେତ ଜଣେ ବହୁଜନ ସମାଜବାଦୀ ପାର୍ଟି ଏବଂ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଥିଲେ। ୨୦୧୪ରେ ବିଜେପୁରରେ ୧୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ।

Comment