ଓଡ଼ିଶାଲାଇଭ ବ୍ୟୁରୋ

Lokaseva Bhawan

୧୦ ଆକାଂକ୍ଷୀ ଜିଲ୍ଲା ଉପରେ ଫୋକସ୍‌ କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ସଚିବ ନିଯୁକ୍ତି କରାଯାଇଛି। ଏହି ସଚିବମାନେ ଜିଲ୍ଲାରେ ୫ଟି ସେକ୍ଟରରେ ବିକାଶ ତଦାରଖ କରିବେ। ଶିକ୍ଷା, ସ୍ଵାସ୍ଥ୍ୟ, ମୌଳିକ ଆବଶ୍ୟକତା, ଦକ୍ଷତା ଓ ଆର୍ଥିକ ବିକାଶ ଆଦି କ୍ଷେତ୍ରରେ ବିକାଶ ତଦାରଖ ପାଇଁ ସଚିବମାନଙ୍କୁ ନିଯୁକ୍ତି କରାଯାଇଛି।

ଢେଙ୍କାନାଳରେ ପ୍ରଦୀପ ମହାପାତ୍ର, ରାୟଗଡ଼ାରେ ଅନୁ ଗର୍ଗ, କୋରାପୁଟରେ ସୌରଭ ଗର୍ଗ, କଳାହାଣ୍ଡିରେ ଡିଆରକେ ସିଂହ, କନ୍ଧମାଳରେ ସଂଜୀବ ଚୋପ୍ରା, ନବରଙ୍ଗପୁରରେ ହେମନ୍ତ ଶର୍ମା, ନୂଆପଡ଼ାରେ ଶାସ୍ଵତ ମିଶ୍ର, ଗଜପତିରେ ଏସ.କେ. ସିଂହ, ବଲାଙ୍ଗିରରେ ପ୍ରମୋଦ ମେହେର୍ଦ୍ଦା ଓ ମାଲକାନଗିରିରେ ଭି.ଭି. ଯାଦବଙ୍କୁ ଦାୟିତ୍ଵ ଦିଆଯାଇଛି।

Comment