ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହଙ୍ଗା ପଡ଼ିଲା ଅଭିଯୁକ୍ତଙ୍କ ସହ ସେଲ୍‌ଫି ନେବା। ନିଲମ୍ବିତ ହେଲେ ଚନ୍ଦ୍ରଭାଗା ଥାନା ଅଧିକାରୀ। ଅଭିଯୁକ୍ତକୁ ଗିରଫ କରି ଆଣିବାପରେ ତା’ସହ ସେଲ୍‌ଫି ଉଠାଇଥିଲେ ଥାନା ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିକାରୀ ବୁଲୁ ମୁଣ୍ଡା। ଅଧିକାରୀଙ୍କ ଅଶୋଭନୀୟ ଆଚରଣ ଯୋଗୁଁ ପୋଲିସ୍‌ ଡିଜି ତାଙ୍କୁ ନିଲମ୍ବିତ କରିଛନ୍ତି।

ସେଲ୍‌ଫିଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଥମେ ପୁରୀ ଏସପି ବୁଲୁ ମୁଣ୍ଡାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଦେଇଥିଲେ। ତେବେ ଘଟଣାର ତଦନ୍ତ ପରେ ଡିଜିପି ତାଙ୍କୁ ନିଲମ୍ବିତ କରିଛନ୍ତି।

ସୂଚନା ଅନୁଯାୟୀ, କିଛିଦିନ ପୂର୍ବେ ଅସ୍ତରଙ୍ଗ ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଥିଲା। ସେହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଆଣିବାବେଳେ ଚନ୍ଦ୍ରଭାଗା ଆଇଆଇସି ବୁଲୁ ମୁଣ୍ଡା ଗାଡ଼ି ଭିତରେ ଅଭିଯୁକ୍ତ ସହ ସେଲଫି ଉଠାଇଥିଲେ। ପରେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଭଳି ଅଶୋଭନୀୟ କାର୍ଯ୍ୟ ପାଇଁ ବର୍ତ୍ତମାନ ପୋଲିସ୍‌ ଡିଜି ତାଙ୍କୁ ନିଲମ୍ବିତ କରିଛନ୍ତି।

Comment