ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଶେଷ ହେଲା ଶୁଣାଣି। ଦୀର୍ଘ ୪୦ ଦିନର ଶୁଣାଣି ପ୍ରକ୍ରିୟା ବୁଧବାର ଶେଷ ହୋଇଛି। ଉଭୟ ହିନ୍ଦୁ ଓ ମୁସଲିମ୍‌ ପକ୍ଷର ଓକିଲ ଦଲିଲ ଓ ଯୁକ୍ତି ଉପସ୍ଥାପନା କରିବା ପରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧିନରେ ଗଠିତ ୫ ଜଣିଆ ସମ୍ବିଧାନିକ ଖଣ୍ଡପୀଠ ନିଜର ରାୟ ସଂରକ୍ଷିତ କରିଛନ୍ତି।

ଆସନ୍ତା ନଭେମ୍ବର ୧୭ରେ ସୁପ୍ରିକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଅବସର ଗ୍ରହଣ କରିବେ। ତେଣୁ ନଭେମ୍ବର ୧୭ କିମ୍ବା ଏହା ପୂର୍ବରୁ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।

ଆଜି ସୁପ୍ରିମକୋର୍ଟରେ ହିନ୍ଦୁ ଓ ମୁସଲିମ୍‌ ପକ୍ଷର ଓକିଲଙ୍କବ ମଧ୍ୟରେ ଜୋରଦାର ବିତର୍କ ହୋଇଥିଲା। ହିନ୍ଦୁ ପକ୍ଷରୁ ଉପସ୍ଥାପନା କରାଯାଇଥିବା ନକ୍ସାକୁ ମୁସଲିମ ପକ୍ଷ ଓକିଲ ରାଜୀବ ଧୱନ କୋର୍ଟ ମଧ୍ୟରେ ଫାଡ଼ି ଦେଇଥିଲେ। ଜୋରଦାର ଯୁକ୍ତିତର୍କ ମଧ୍ୟରେ ଶେଷରେ ପୁରା ହୋଇଥିଲା ଶୁଣାଣି ପ୍ରକ୍ରିୟା। ୫ ଜଣିଆ ଖଣ୍ଡପୀଠ ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି। ଖୁବ୍‌ଶୀଘ୍ର ରାୟ ପ୍ରକାଶ ପାଇବ।

Comment