ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ର ଏବଂ ହରିୟାଣା ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ। ମତଦାନ କେନ୍ଦ୍ର ଆଗରେ ଲାଗିଛି ଲୋକମାନଙ୍କ ଲମ୍ବା ଲାଇନ୍‌। ସକାଳ ୭ଟାରୁ ସମସ୍ତ ମତଦାନ କେନ୍ଦ୍ରରେ ଭୋଟଦାନ ସୁରୁଖୁରୁରେ ଚାଲିଛି।

ମହାରାଷ୍ଟ୍ରରେ ମୋଟ ୨୨୮ଟି ଆସନରେ ମତଦାନ ଚାଲିଥିବା ବେଳେ ହରିୟାଣାରେ ମୋଟ ୯୦ଟି ଆସନରେ ମତଦାନ ଚାଲିଛି। ମହାରାଷ୍ଟ୍ରରେ ୩୨୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୮.୯ କୋଟି ଜନତା। ସେହିପରି ହରିୟାଣାରେ ୧୧୬୮ ପ୍ରାର୍ଥୀଙ୍କ ଭାଗ୍ୟ ୧.୮ କୋଟି ଜନତାଙ୍କ ହାତରେ ରହିଛି। 

୧୮ଟି ରାଜ୍ୟରେ ୫୧ଟି ବିଧାନସଭା ଏବଂ ୨ଟି ଲୋକସଭା ଆସନରେ ଉପନିର୍ବାଚନ ହେଉଛି।

ଅନ୍ୟପକ୍ଷରେ ମହାରାଷ୍ଟ୍ର ଏବଂ ହରିୟାଣାରେ ବହୁ ବଡ଼ ବଡ଼ ନେତା ଭୋଟ ଦେଇଛନ୍ତି। ମହାରାଷ୍ଟ୍ର ନାଗପୁରରୁ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ମତଦାନ କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ମଧ୍ୟ ଭୋଟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଭୋଟ ଦେବା ପାଇଁ ଅପିଲ୍‌ କରିଛନ୍ତି।

Comment