ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାମସଙ୍ଗ Galaxy A80 ସ୍ମାର୍ଟଫୋନକୁ ବ୍ୟାଙ୍କ୍‌କକ୍‌ରେ ଲଞ୍ଚ୍‌ କରିବା ପରେ ଭାରତରେ ଲଞ୍ଚ୍‌ କରିଥିଲା। ଏହା ହେଉଛି କମ୍ପାନିର ପ୍ରଥମ ସ୍ମାର୍ଟଫୋନ ଯେଉଁଥିରେ ରୋଟେଟିଂ କ୍ୟାମେରା ଦିଆଯାଇଛି। ରୋଟେଟିଂ କ୍ୟାମେରା ସହିତ ଏଥିରେ ଫୁଲ୍‌ ସ୍କ୍ରିନ୍‌ ଡିସପ୍ଲେ ମଧ୍ୟ ରହିଛି। ଭାରତରେ ଏହି ସ୍ମାର୍ଟଫୋନକୁ ୪୭,୯୯୦ ଟଙ୍କାରେ ଲଞ୍ଚ କରାଯାଇଥିଲା। ବର୍ତ୍ତମାନ ଏହାର ମୂଲ୍ୟ ୮ ହଜାର ଟଙ୍କା କମିଯାଇଛି।

Galaxy A80 ସ୍ମାର୍ଟଫୋନରେ ୮ଜିବି ରାମ୍‌ ସହିତ ୧୨୮ ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜ୍‌ ରହିଛି।

ସାମସଙ୍ଗ Galaxy A80 ସ୍ମାର୍ଟଫୋନର ଦାମ୍‌ ୮ ହଜାର ଟଙ୍କା କମିବା ପରେ ବର୍ତ୍ତମାନ ଏହା ୩୯,୯୯୦ଟଙ୍କାରେ ମିଳୁଛି। ଗ୍ରାହକ ଏହାକୁ ସାମସଙ୍ଗ ଇଣ୍ଡିଆ ଅନ୍‌ଲାଇନ୍‌ ଷ୍ଟୋର ତଥା ଇ-କମର୍ସ ସାଇଟ୍‌ ଆମାଜନ ଇଣ୍ଡିଆ ଏବଂ ଫ୍ଲିପ୍‌କାର୍ଟରୁ କିଣି ପାରିବେ।

ଡୁଅଲ ନାନୋ ସିମ୍‌ ସପୋର୍ଟ Galaxy A80 ସ୍ମାର୍ଟଫୋନ ଆଣ୍ଡ୍ରଏଡ୍‌ ୯ ପାଇଯୁକ୍ତ ୱାନ୍ ୟୁଜର ଇଣ୍ଟରଫେସ୍‌ରେ ଚାଲୁଛି। ଏଥିରେ ୬.୭ ଇଞ୍ଚ୍‌ର ଫୁଲ ଏଚ୍‌ଡି ପ୍ଲସ(୧୦୮୦x୨୪୦୦ ପିକ୍ସେଲ) ସୁପର ଆମୋଲେଡ୍‌ ଡିସ୍‌ପ୍ଲେ ଦିଆଯାଇଛି। ୮ ଜିବି ରାମ୍‌ ସହିତ ଏଥିରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୭୩୦ଜି ପ୍ରୋସେସର ଦିଆଯାଇଛି।

ଫଟୋଗ୍ରାଫି ପାଇଁ ଏହି ସ୍ମାର୍ଟଫୋନରେ ରୋଟେଟିଂ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏଥିରେ ୪୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଥିବା ବେଳେ ୮ ମେଗାପିକ୍ସେଲର ସେକେଣ୍ଡାରୀ କ୍ୟାମେରା ରହିଛି। ଏଥିରେ ଉଭୟ ଫ୍ରଣ୍ଟ ଏବଂ ରିୟର ଫଟୋଗ୍ରାଫି କରିପାରିବେ। Galaxy A80 ସ୍ମାର୍ଟଫୋନରେ ୩,୭୦୦ ଏମ୍‌ଏଏଚ୍‌ ବ୍ୟାଟେରୀ ଦିଆଯାଇଛି।

Comment