ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ସିନେମା ଜଗତରେ ସେ ବାହୁବଳୀ ନାମରେ ପରିଚିତ। ତାଙ୍କର ପ୍ରକୃତ ନାମ ଅପେକ୍ଷା ସେ ତାଙ୍କ ପ୍ରଶଂସକଙ୍କ ପାଖରେ ଏହି ବାହୁବଳୀ ନାମରେ ବେଶ୍‌ ପରିଚିତ। ସିନେମା ଜଗତର ବାହୁବଳୀ ବା ପ୍ରଭାସ ଆଜି ୪୦ ବର୍ଷରେ ପାଦ ଥାପିଛନ୍ତି। ୧୯୭୯ ମସିହା ଆଜିର ଦିନରେ ପ୍ରଭାସ ମାଡ୍ରାସରେ ଜନ୍ମଗ୍ରହଣ କରିଥିଲେ।

ତାଙ୍କର ପ୍ରକୃତ ନାଁ ହେଉଛି ଭେଙ୍କଟ ସତ୍ୟନାରାୟଣ ପ୍ରଭାସ ରାଜୁ ଉପାଲ୍ଲାପଟି। ତେଲୁଗୁ ଓ ତାମିଲ ଫିଲ୍ମ ଜଗତରେ ସେ ଜଣେ ଆଗ ଧାଡ଼ିର ନାୟକ। ୨୦୦୨ ମସିହାରୁ ଫିଲ୍ମ ଜଗତରେ ପାଦ ରଖିଥିବା ପ୍ରଭାସ ତାଙ୍କ କ୍ୟାରିଅର ମଧ୍ୟରେ ବର୍ଷମ(୨୦୦୪), ଛତ୍ରପତି(୨୦୦୫), ମିଷ୍ଟର ପରଫେକ୍ଟ(୨୦୧୧), ମିରଚି(୨୦୧୩), ବାହୁବଳୀ, ସାହୋ(୨୦୧୯) ଭଳି ବ୍ଲକବଷ୍ଟର ଫିଲ୍ମ ତିଆରି କରିସାରିଛନ୍ତି।

୨୦୧୫ ମସିହାରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ ବାହୁବଳୀ ବକ୍ସ ଅଫିସରେ ଧମାଲ ମଚାଇଥିଲା। ଏହାପରେ ପରେ ତାଙ୍କର ବାହୁବଳୀ-୨ ମଧ୍ୟ ଭାରତୀୟ ଫିଲ୍ମ ଜଗତରେ ଅନେକ ରେକର୍ଡ ସ୍ଥାପନ କରିଥିଲା। ସିନେମା ଜଗତର ଏହି ବେତାବ ବାଦଶାହା ପ୍ରଭାସଙ୍କୁ ଜନ୍ମ ଦିନ ଅବସରରେ ଅଭିନନ୍ଦନ।

Comment