ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିରିଆରେ ଅବସ୍ଥାପିତ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ର ମୁଖ୍ୟ ଅବୁ ବକର ଅଲ୍‌ ବାଗଦାଦୀ ନିହତ। ଆମେରିକାର ଏୟାର ଷ୍ଟ୍ରାଇକ୍‌ରେ ବାଗ୍‌ଦାଦୀର ମୃତ୍ୟୁ ହୋଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ଏୟାର ଷ୍ଟ୍ରାଇକ୍‌ରେ ବାଗଦାଦିର ଉତ୍ତରଅଧିକାରୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ମଙ୍ଗଳବାର ଟ୍ରମ୍ପ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଏହି ଏୟାର ଷ୍ଟ୍ରାଇକ୍‌ରେ ବାଗ୍‌ଦାଦୀ ସହିତ ତା’ର ୩ ପୁଅଙ୍କ ମୃତ୍ୟୃ ହୋଇଥିବା ଟ୍ରମ୍ପ କହିଥିଲେ। ମଙ୍ଗଳବାର ଟ୍ରମ୍ପ କହିଛନ୍ତି, “ବଗ୍‌ଦାଦୀର ମୃତ୍ୟୁ ପରେ ଏହାର ଏକମାତ୍ର ଉତ୍ତର ଅଧିକାରୀକୁ ଆମେରିକା ସେନା ନିପାତ କରିଛନ୍ତି। ଆମେରିକା ସେନା ପକ୍ଷରୁ ଆକାଶ ମାର୍ଗରୁ ଗୋଳା ବର୍ଷା କରି ବାଗ୍‌ଦାଦୀର  ଉତ୍ତର ଅଧିକାରୀକୁ ମାରିଦିଆଯାଇଛି।”

ଉତ୍ତର ପଶ୍ଚିମ ସିରିଆ ଅଞ୍ଚଳରେ ବାଗଦାଦି ଏକ ସୁଡଙ୍ଗରେ ଲୁଚି ରହିଥିବା ସୂଚନା ପାଇଥିଲା ଆମେରିକା। ଏହାପରେ ଆମେରିକା ସେନା ଶନିବାର ରାତି ସାରା ଆକାଶମାର୍ଗରୁ ବୋମା ବର୍ଷା କରିଥିଲେ। ଏଥିରେ ବାଗ୍‌ଦାଦିର ମୃତ୍ୟୁ ହୋଇଥିବା ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ।

ଏହା ପୂର୍ବରୁ ରିବବାର ବଗ୍‌ଦାଦୀର ମୃତ୍ୟୁକୁ ଟ୍ରମ୍ପ ଘୋଷଣା କରିଥିଲେ, “କାୟରଙ୍କ ଭଳି ବଗଦାଦୀର ମୃତ୍ୟୁ ହୋଇଛି। କୁକୁର ଭଳି ତା’ର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦୁନିଆ ଏବେ ଆହୁରି ସୁରକ୍ଷିତ ଅଛି। ଅବୁ ବକର ଅଲ ବାଗଦାବୀକୁ ମାରିଦିଆଯାଇଛି।”

Comment