ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ଏକ ନୂଆ ସ୍ମାର୍ଟଫୋନ ‘Mi Note 10’ ଲଞ୍ଚ୍‌ କରିବାକୁ ପ୍ରସ୍ତୁତ ହେଉଛି। ଏହି ସ୍ମାର୍ଟଫୋନରେ ଗ୍ରାହକଙ୍କୁ ୧୦୮ ମେଗାପିକ୍ସେଲ ଲେନ୍ସ ସହ ୫ଟି ରିୟର କ୍ୟାମେରା ସେଟ୍‌ଅପ୍‌ ମିଳିବ। ଏନେଇ କମ୍ପାନି ପକ୍ଷରୁ ଏହାର ପୋଷ୍ଟର ଟିଜର ଜାରି କରାଯାଇଛି। ଆସନ୍ତା ନଭେମ୍ବର ୧୦ରେ କମ୍ପାନି ଏହାକୁ ପୋଲାଣ୍ଡରେ ଲଞ୍ଚ୍‌ କରିବ।

ଆସନ୍ତ ନଭେମ୍ବର ୫ରେ ସାଓମି ପକ୍ଷରୁ ଚୀନ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ କମ୍ପାନି Mi CC9 Pro ସ୍ମାର୍ଟଫୋନ ଲଞ୍ଚ୍‌ କରୁଛି। ଏଥିରେ ମଧ୍ୟ ୧୦୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ରହିବ। ବାସ୍ତବରେ ଏହି ସ୍ମାର୍ଟଫୋନର ନାଁ ବଦଳାଇ ‘Mi Note 10’ ନାମରେ ପୋଲାଣ୍ଡରେ ଏହାକୁ ଲଞ୍ଚ୍‌ କରୁଛି।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସ୍ମାର୍ଟଫୋନର ଫିଚର କିମ୍ବା ସ୍ପେସିଫିକେସନ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ। ତେବେ ଏଥିରେ ପେଣ୍ଟା ରିୟର କ୍ୟାମେରା ସେଟ୍‌ଅପ୍‌, ୧୦୮ ମେଗାପିକ୍ସେଲ ପ୍ରଇମେରୀ ଲେନ୍ସ ଏବଂ ୫ ଏକ୍ସ ଜୁମ୍‌ ଥିବା ସୂଚନା ମିଳିଛି। ଆସନ୍ତା ଭେମ୍ବର ୧୦ରେ ପୋଲାଣ୍ଡରେ ଏହାକୁ ଲଞ୍ଚ୍‌ କରାଯିବ।

Comment