ଓଡ଼ିଶାଲାଇଭ ବ୍ୟୁରୋ

ଜଙ୍ଗଲରୁ ଉଦ୍ଧାର ହେଲା ପ୍ରେମୀଯୁଗଳଙ୍କ ମୃତଦେହ। ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଫଟିକି ଗାଁ ପାଖ ଏକ ଜଙ୍ଗଲରୁ। ପ୍ରେମ ସମ୍ପର୍କରେ ଘର ଲୋକଙ୍କ ସ୍ଵୀକୃତି ନମିଳିବାରୁ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି।

ନବରଙ୍ଗପୁର ଫଟିକି ଗାଁ ଲୋକ ଶୁକ୍ରବାର ପାଖ ଜଙ୍ଗଲର ଏକ ଗଛରେ ଯୁବକ ଯୁବତୀଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ। ପରେ ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ତେବେ ଯୁବକ ଯୁବତୀ ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ସେମାନଙ୍କ ସମ୍ପର୍କରେ ପରିବାର ରାଜି ନହେବାରୁ ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Comment