ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲାରେ ଶୁକ୍ରବାର ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା। ଜିଲ୍ଲାର ଦୁର୍ଗମ ଅଞ୍ଚଳର ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।

ଜିଲ୍ଲାର ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ରାଜ୍ୟର ସୁପର ସ୍ପେଶାଲିଷ୍ଟ ଡାକ୍ତରମାନେ ଆଜି ନବରଙ୍ଗପୁରରେ ପହଞ୍ଚିଛନ୍ତି। ଶୁକ୍ରବାର ଏବଂ ଶନିବାର ଦୁଇଦିନ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି। ଏହି ଦୁଇ ଦିନ ରୋଗୀଙ୍କୁ ଏଠାରେ ଉନ୍ନତ ମାନର ସେବା ଯୋଗାଇ ଦିଆଯିବ।

ଦୁଇ ଦିନ ଧରି ଆୟୋଜିତ ଶିବିରରେ ଗ୍ୟାଷ୍ଟ୍ରୋଲୋଜି, ୟୁରୋଲୋଜି, କାର୍ଡିଓଲୋଜି ଓ ଲାପ୍ରୋସ୍କୋପିକ ସର୍ଜରୀ ବିଭାଗର ସ୍ୱତନ୍ତ୍ର ଚିକିତ୍ସା ସେବା ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ହୃଦରୋଗ, କିଡନୀ ଓ ଗ୍ୟାଷ୍ଟ୍ରୋଲୋଜି ବିଶେଷଜ୍ଞ ରୋଗୀଙ୍କୁ ସେବା ପ୍ରଦାନ କରିବେ। ଜିଲ୍ଲାର ରୋଗୀମାନଙ୍କୁ ଏହି ସେବା ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯିବ। ଏହି ବାୟୁ ସ୍ୱାସ୍ଥ୍ୟସେବା ପୂର୍ବରୁ କଳାହାଣ୍ଡି, ମାଲକାନଗିରି ଓ ନୂଆପଡ଼ା ଜିଲ୍ଲାରେ କାର୍ଯ୍ୟକାରୀ ହୋଇସାରିଛି।

Tags: #NabarangpurDist #ChiefMinisterVayuSeva #SuperSpecialityDoctors

Comment