ଓଡ଼ିଶାଲାଇଭ ବ୍ୟୁରୋ

ଦିଲ୍ଲୀରେ ପ୍ରଦୂଷଣ ସ୍ତର ବିପଦ ଶଙ୍କୁଳ ଅବସ୍ଥାରେ ପହଞ୍ଚିଛି। କେତେକ ଅଞ୍ଚଳରେ ଏୟାର କ୍ଵାଲିଟି ଇନଡେକ୍ସ(ଏକ୍ଵିଆଇ) ୧୨୦୦ ପାର ହୋଇଛି। ଆନନ୍ଦ ବିହାର ଅଞ୍ଚଳରେ ବାୟୁ ପ୍ରଦୂଷଣ ସ୍ତର ୧୩୫୦ ରହିଥିବା ବେଳେ ୧୨୯୧ ରେକର୍ଡ କରାଯାଇଛି। ସେହିପରି ପୂର୍ବଦିଲ୍ଲୀରେ ପ୍ରଦୂଷଣ ସ୍ତର ୧୧୪୬ ରହିଛି।

ଦିଲ୍ଲୀ ଏନ୍‌ସିଆରରେ ପ୍ରଦୂଷଣ ସ୍ତର ୨୦ ଗୁଣାରୁ ଅଧିକ ସ୍ତରରେ ପହଞ୍ଚିଛି। ବର୍ଷା ସତ୍ତ୍ଵେ ମଧ୍ୟ ଏଠାରେ ଚାରିଆଡ଼େ ଧୂସର ଦେଖାଯାଉଛି। ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି।

ତେବେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯିବା ସହ ସମସ୍ତ ସ୍କୁଲ ମଧ୍ୟ ବନ୍ଦ ରହିଛି। ଏଭଳି ପ୍ରଦୂଷଣର ମାତ୍ରା ବଢିବା

Comment