ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ଏନ୍‌ସିଆର୍‌ ଅଞ୍ଚଳରେ ପୁଣି ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଗତ ୨୪ ଘଣ୍ଟାରେ ଦୁଇ ଥର ଏମିତି ହୋଇଥିବାରୁ ଦିଲ୍ଲୀବାସୀ ଭୟଭୀତ ହୋଇପଡ଼ିଛନ୍ତି। ସୋମବାର ୧ଟା୨୬ ମିନିଟ୍‌ରେ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୭ ଥିବା ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିଛି।

ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ଗୋଟିଏପଟେ କରୋନା ଭୟ ଏବଂ ଅନ୍ୟପଟେ ଦୁଇ ଦୁଇ ଥର ଭୂମିକମ୍ପ ଝଟ୍‌କା ଦିଲ୍ଲୀବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି।

ରବିବାର ସନ୍ଧ୍ୟା ୫ଟା୪୫ ମିନିଟ୍‌ରେ ଦିଲ୍ଲୀ ଏନ୍‌ସିଆର୍‌ ଅଞ୍ଚଳରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୩.୫। ଭୂମିକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ ବୋଲି କୁହାଯାଉଛି।

Comment