ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଦିଲ୍ଲୀ ଏନସିଆରରେ ଭୂମିକମ୍ପର ଝଟକା ଲାଗିଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୧ ରହିଛି। ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ହେଲେ ଭୂମିକମ୍ପ ଯୋଗୁଁ ସ୍ଥାନୀୟ ଲୋକ ଭୟରେ ଘର ବାହାରକୁ ଚାଲି ଆସିଛନ୍ତି।

ଗତ ଏକ ମାସ ହେବ ଦିଲ୍ଲୀ ଏନସିଆରରେ ଲଗାତାର ୩ରୁ ଅଧିକ ଥର ଭୂମିକମ୍ପ ଝଟକା ଲାଗି ସାରିଛି। ନିକଟରେ ନୋଏଡାରେ ୩.୨ ତୀବ୍ରତାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାକୁ ନେଇ ବର୍ତ୍ତମାନ ଦିଲ୍ଲୀରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଲଗାତାର ଏଭଳି ଭୂମିକମ୍ପ ଯୋଗୁଁ ଦିଲ୍ଲୀରେ ବଡ଼ ଧରଣର ଭୂମିକମ୍ପ ହେବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Comment