ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ ଭିଡିଓ ଆପ୍‌ ଟିକ୍‌ଟକ୍‌ର ମୂଳ କମ୍ପାନି ବାଇଟ୍‌ଡ୍ୟାନ୍ସ ପ୍ରଥମଥର ପାଇଁ ସ୍ମାର୍ଟଫୋନ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନର ନାଁ ହେଉଛି Smartisan Jianguo Pro 3। ଜବରଦସ୍ତ କ୍ୟାମେରା ଏବଂ ପାୱାରଫୁଲ ପ୍ରୋସେସର ସହ ଟିକ୍‌ଟକ୍‌ ଏହି ସ୍ମାର୍ଟଫୋନ ଲଞ୍ଚ୍‌ କରିଛି।

କମ୍ପାନି ପକ୍ଷରୁ ଏହି ସ୍ମାର୍ଟଫୋନରେ ୪ଟି ରିୟର କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଥିବା ବେଳେ ଅକ୍ଟାକୋର କ୍ୱାଲକମ୍‌ ସ୍ନାପଡ୍ରାଗନ ୮୫୫ ପ୍ରୋସେସର ଦିଆଯାଇଛି। ଏଥିସହିତ ସ୍ମାର୍ଟଫୋନର କ୍ୟାମେରାରେ ଟିକ୍‌ଟକ୍‌ ଫିଚର ଦିଆଯାଇଛି। ୟୁଜର ସିଧାସଳଖ କ୍ୟାମେରାରେ ଟିକ୍‌ଟକ୍‌ ଭିଡ଼ିଓ କରିପାରିବେ।

Jianguo Pro 3 ସ୍ମାର୍ଟଫୋନରେ ୮ଜିବି ରାମ୍‌ ଏବଂ ୧୨୮ ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ଦିଆଯାଇଛି। ଏହାର ମୂଲ୍ୟ ଭାରତୀୟ ମୁଦ୍ରା ଅନୁଯାୟୀ ୨୯ ହଜାର ରହିଛି। ସେହିପରି ୮ଜିବି ରାମ୍‌ ଏବଂ ୨୫୬ ଜିବି ରୋମ୍‌ ଭାରିଏଣ୍ଟର ମୂଲ୍ୟ ୩୬ ହଜାର ଟଙ୍କା।

୪୮ ମେଗାପିକ୍ସେଲ କ୍ୟାମେରା ସହିତ ଏହି ସ୍ମାର୍ଟଫୋନରେ କ୍ୱାଡ୍‌(୪ଟି) ରିୟର କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ସେହିପରି ସେଲ୍‌ଫି ପାଇଁ ପ୍ରଣ୍ଟରେ ୨୦ ମେଗାପିକ୍ସେଲ କ୍ୟାମେରା ରହିଛି। ଅନ୍ୟପକ୍ଷରେ ଏଥିରେ ୪ ହଜାର ଏମ୍‌ଏଏଚ୍‌ର ବଡ଼ ବ୍ୟାଟେରୀ ମଧ୍ୟ ଦିଆଯାଇଛି। ସୂଚନାଯୋଗ୍ୟ, ଏହି ସ୍ମାର୍ଟଫୋନକୁ ଚୀନ୍‌ରେ ଲଞ୍ଚ୍‌ କରାଯାଇଛି। ତେବେ ଭାରତରେ ଏହା କେବେ ଲଞ୍ଚ୍‌ ହେବ ସେନେଇ କୌଣସି ସୂଚନା ମିଳିପାରି ନାହିଁ।

Comment