ଓଡ଼ିଶାଲାଇଭ୍‌ ବ୍ୟୁରୋ

Kansa

ଏଗାର ଦିନିଆ ବରଗଡ଼ ଧନୁଯାତ୍ରା ଏବର୍ଷ ଡିସେମ୍ବର ୩୧ରୁ ଆରମ୍ଭ ହେବାକୁ ଯାଉଛି। ଏଥର କିନ୍ତୁ ନୂଆ କଳାକାରଙ୍କୁ ଦେଖିବାକୁ ମିଳିବ। ଧନୁଯାତ୍ରା ମହୋତ୍ସବ ସମିତି ଆବାହକ ସୁରେଶ୍ୱର ସତପଥୀ ଏକଥା କହିଛନ୍ତି। ଧନୁଯାତ୍ରାରେ ବିଭିନ୍ନ ଭୂମିକାରେ ଅଭିନୟ କରିବା ପାଇଁ କଳାକାର ଚୟନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି।

ବିଶ୍ୱର ସବୁଠୁ ବଡ଼ ଖୋଲା ମଞ୍ଚ କୁହାଯାଉଥିବା ଧନୁଯାତ୍ରା ୫ କିମି ବ୍ୟାସାର୍ଦ୍ଧରେ ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ବରଗଡ଼ ପାଲଟିଯାଏ ମଥୁରା ଓ ଆମ୍ବପାଲି ହୋଇଯାଏ ଗୋପପୁର। ଜୀରା ନଦୀ ଯମୁନା ନଦୀ ପାଲଟିଯାଏ।

ବିଗତ ଦୁଇ ବର୍ଷ ଧରି ବରଗଡ଼ ଜିଲ୍ଲାର ସରଲା ଗାଁର ଭୁବନେଶ୍ୱର ପ୍ରଧାନ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଆସୁଛନ୍ତି। ୨୦୧୭ରେ ହୋଇଥିବା ଅଡ଼ିସନରେ ପ୍ରଧାନଙ୍କୁ ଚୟନ କରାଯାଇଥିଲା। କଂସ ଭୂମିକାରେ ଅଭିନୟ କରୁଥିବା ସାଧାରଣତଃ ବ୍ୟକ୍ତି ତିନି ବର୍ଷ ପାଇଁ ବଛା ହୋଇଥାନ୍ତି। ଯେହେତୁ ପ୍ରଧାନ ଦୁଇ ବର୍ଷ ହେଲା ଏହି ଅଭିନୟ କରିଆସୁଛନ୍ତି ସମ୍ଭବତଃ ଏ ବର୍ଷ ବି ସେ ଅଭିନୟ କରିବେ। ଅନ୍ୟ ଚରିତ୍ର ଯଥା ମନ୍ତ୍ରୀ ପରିଷଦ ଆଦି ପାଇଁ ୫ ବର୍ଷ ତଳେ ଚୟନ ହୋଇଥିଲା। ଏଣୁ ଏବର୍ଷ ନୂଆ କଳାକାରଙ୍କୁ ନିଆଯିବ।

Comment