ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନ ନିର୍ମାତା କମ୍ପାନି ‘ରିୟଲମି’ ଗତ ଅଗଷ୍ଟ ମାସରେ ଭାରତରେ ଲଞ୍ଚ୍‌ କରିଥିଲା Realme 5 ସ୍ମାର୍ଟଫୋନ। ବର୍ତ୍ତମାନ ଏହି ସ୍ମାର୍ଟଫୋନ ଉପରେ ୧ ହଜାର ଟଙ୍କାର ରିହାତି ମିଳୁଛି। ୪ଟି ରିୟର କ୍ୟାମେରା ଥିବା ଏହି ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ ୬୬୫ ପ୍ରୋସେସର ଦିଆଯାଇଛି।

‘ରିୟଲମି ୫’ ସ୍ମାର୍ଟଫୋନର ୩ଟି ଭାରିଏଣ୍ଟ ଉପରେ ଏହି ରିହାତି ମିଳୁଛି। ୩ଜିବି ରାମ୍‌+୩୨ଜିବି ରୋମ୍‌ ଭାରିଏଣ୍ଟର ଦାମ୍‌ ୯,୯୯୯ଟଙ୍କା ଥିବା ବେଳେ ଆପଣ ଏହାକୁ ବର୍ତ୍ତମାନ ୮,୯୯୯ଟଙ୍କାରେ ପାଇପାରିବେ। ସେହିପରି ୪ଜିବି+୬୪ଜିବି ଭାରିଏଣ୍ଟକୁ ଆପଣ ୯,୯୯୯ ଟଙ୍କାରେ କିଣି ପାରିବେ। କମ୍ପାନି ଏହାକୁ ୧୦,୪୯୯ରେ ଲଞ୍ଚ୍‌ କରିଥିଲା।

ଅନ୍ୟ ପକ୍ଷରେ ‘ରିୟଲମି ୫’ ସ୍ମାର୍ଟଫୋନର ୪ଜିବି ରାମ୍‌+୧୨୮ଜିବି ଭାରିଏଣ୍ଟର ମୂଲ୍ୟ କଟି ୧୦,୯୯୯ଟଙ୍କା ହୋଇଯାଇଛି। ଏହା ପୂର୍ବରୁ ୧୧,୯୯୯ଟଙ୍କାରେ ବିକ୍ରି ହେଉଥିଲା। ନୂଆ ମୂଲ୍ୟ ସହ ଏହାକୁ ଆପଣ ଏହି ସ୍ମାର୍ଟଫୋନକୁ ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟ ଏବଂ ରିୟଲମି ଅନ୍‌ଲାଇନ୍‌ ଷ୍ଟୋରରୁ କିଣି ପାରିବେ।

‘ରିୟଲମି ୫’ର ସ୍ପେସିଫିକେସନ

  • ୬.୫ ଇଞ୍ଚ ଏଚ୍‌ଡି ପ୍ଲସ ଡିସପ୍ଲେ(୭୨୦x୧୬୦୦ପିକ୍ସେଲ)
  • ଆଣ୍ଡ୍ରଏଡ ପାଇ ୯ ଭର୍ସନ(କଲର ୬.୦)
  • କ୍ୱାଲକମ୍ ସ୍ନାପଡ୍ରାଗନ ୬୬୫ ପ୍ରୋସେସର
  • ୪ଟି ରିୟର କ୍ୟାମେରା(୧୨, ୮, ୨, ୨ମେଗାପିକ୍ସେଲ)
  • ୧୩ ମେଗାପିକ୍ସେଲ ସେଲ୍ଫି କ୍ୟାମେରା
  • ୫,୦୦୦ଏମ୍‌ଏଏଚ୍‌ ବ୍ୟାଟେରୀ

Comment