ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ଚଳିତବର୍ଷ ଶେଷ ଭାଗରେ ‘ରେଡ୍‌ମି କେ୩୦’କୁ ଲଞ୍ଚ୍‌ କରିପାରେ ବୋଲି ଶୁଣିବାକୁ ମିଳୁଛି। ଏହା ହେଉଛି ‘ରେଡ୍‌ମି କେ୨୦’ ସ୍ମାର୍ଟଫୋନର ଅପଗ୍ରେଡେଡ୍‌ ଭର୍ସନ। ଚଳିତବର୍ଷ ‘ରେଡ୍‌ମି କେ୩୦’ ସ୍ମାର୍ଟଫୋନ ଲଞ୍ଚ୍‌ ହେବାକୁ ଥିବା ବେଳେ ଆସନ୍ତାବର୍ଷ ‘ରେଡ୍‌ମି କେ୩୦ ପ୍ରୋ’ ଲଞ୍ଚ୍‌ ହୋଇପାରେ। ସବୁଠୁ ବଡ଼ କଥା ହେଲା ‘ରେଡ୍‌ମି କେ୩୦’ ସ୍ମାର୍ଟଫୋନ୍‌ରେ 5G ସପୋର୍ଟ ଦିଆଯିବ।

‘ରେଡ୍‌ମି କେ୨୦’ ସ୍ମାର୍ଟଫୋନ୍‌ରେ ପପ୍‌-ଅପ ସେଲ୍‌ଫି କ୍ୟାମେରା ଦିଆଯାଇଥିଲା। ତେବେ ‘ରେଡ୍‌ମି କେ୩୦’ରେ ପଞ୍ଚ୍‌ ହୋଲ୍‌ ଡିସ୍‌ପ୍ଲେ ଦିଆଯିବ ବୋଲି ଦାବି ହେଉଛି। ତେବେ ବର୍ତ୍ତମାନ ସୁଦ୍ଧା ସେନେଇ କୌଣସି ସୂଚନା ମିଳିପାରିନାହିଁ।

ଏହାକୁ ପ୍ରଥମେ ଚୀନ୍‌ ଲଞ୍ଚ୍‌ କରାଯିବ କି ଭାରତରେ, ସେନେଇ ସ୍ପଷ୍ଟ ସୂଚନା ନାହିଁ। ତେବେ ରେଡ୍‌ମସର ଜେନେରାଲ ମ୍ୟାନେଜର ଲୁ ୱିବିଙ୍ଗ୍‌ କହିଥିଲେ ଯେ, ‘ରେଡ୍‌ମି କେ୩୦’ ସ୍ମାର୍ଟଫୋନରେ 5G ସପୋର୍ଟ ଦିଆଯିବ। ଗତମାସରେ ଲୁ ୱିବିଙ୍ଗ୍‌ ଚୀନ୍‌ ମାଇକ୍ରୋବ୍ଲଗିଂ ସାଇଟ୍‌ରେ କିଛି ଫଟୋ ସେୟାର କରିଥିଲେ। ଯେଉଁଥିରେ ‘ରେଡ୍‌ମି କେ୩୦’ ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା।

Comment