ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ସାତପଡ଼ା ଭୁବନେଶ୍ୱର ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍ ସହିତ ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆହତମାନେ ହେଲେ ବଡ଼ବନ୍ଧକେରାର ଶ୍ରୀମନ୍ତ ପାଣିଗ୍ରାହୀ(୨୮), କାଶିଆର ଗାଁର ସମୀର ଜେନା(୨୦), ଏବଂ ଦିଲ୍ଲୀପ କୁମାର ପ୍ରଧାନ(୧୮)।

ଦେବୀ ନାମକ ଯାତ୍ରୀବାହୀ ବସ ଅରଖକୁଦାରୁ ବାହାରି ପୁରୀ ଅଭିମୁଖେ ବାହାରିଥିଲା। ୨ ବାଇକ ପୁରୀ ପଟୁ ବ୍ରହ୍ମଗିରି ଆସୁଥିଲା ବେଳେ ବସ୍‌ଟି ଭାରସାମ୍ୟ ହରାଇ ଏହାକୁ ଧକ୍କା ଦେଇଥିଲା। ଫଳରେ ୩ ଜଣ ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି।

ଆହତକୁ ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ପୁରୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଥଇବା ସୂଚନା ମିଳିଛି।

Comment