ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ବେଳେ ଠିକଣାକୁ ନେଇ ଅନେକ ସମୟରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସେହିପରି ଆଧାର କାର୍ଡରେ ଠିକଣା ବଦଳାଇବା ପାଇଁ ମଧ୍ୟ ଲୋକଙ୍କୁ ବିଭିନ୍ନ ଅସୁବିଧା ହୋଇଥାଏ। ତେବେ ଏଣିକି ଆଉ ଲୋକମାନଙ୍କୁ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ଭାରତ ସରକାର ଏନେଇ ନୂଆ ନିୟମ ଆଣିଛନ୍ତି। ନୂଆ ନିୟମ ଅନୁସାରେ, ଏଣିକି କାମ ପାଇଁ ରାଜ୍ୟ ବାହାରେ ରହୁଥିବା ଲୋକମାନେ ବିନା କୌଣସି ଅସୁବିଧା ତଥା ଠିକଣାପତ୍ର ବିନା ବ୍ୟାଙ୍କରେ ଆକାଉଣ୍ଟ ଖୋଲିପାରିବେ। ଏଥିପାଇଁ କେବଳ ଜଣେ ଲୋକକୁ ‘ସେଲ୍‌ଫ ଡିକ୍ଲାରେସନ୍’( ନିଜସ୍ୱ ଘୋଷଣାପତ୍ର) ଫର୍ମ ପୂରଣ କରିବାକୁ ପଡ଼ିବ, ଯେଉଁଥିରେ ବର୍ତ୍ତମାନର ଠିକଣା ରହିଥିବ।

ସେହିପରି ଆଧାରକାର୍ଡରେ ମଧ୍ୟ ଠିକଣା ବଦଳାଇବା ପାଇଁ କୌଣସି କାଗଜପତ୍ରର ଆବଶ୍ୟକତା ପଡ଼ିବ ନାହିଁ। ଅନଲାଇନ୍ ଜରିଆରେ କେବଳ ଏହି ‘ସେଲ୍‌ଫ ଡିକ୍ଲାରେସନ୍’( ନିଜସ୍ୱ ଘୋଷଣାପତ୍ର)କୁ ପୂରଣ କରିବାକୁ ପଡ଼ିବ। ଏହାପରେ ଆପଣଙ୍କ ଆଧାରକାର୍ଡରେ ଠିକଣା ପରିବର୍ତ୍ତନ ହୋଇଯିବ।

ଏହିଭଳି ଭାବେ ଅତି ସହଜରେ ନିଜ ଘରୁ ଦୂରରେ ରହୁଥିବା ଲୋକମାନେ ନିଜର ଆଧାର କାର୍ଡ ପରିବର୍ତ୍ତନ ଓ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବେ।

Comment