ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ମନ୍ଦିରରେ ଆପଣ ପୁରୁଷମାନଙ୍କୁ ପୂଜା କରୁଥିବାର ଦେଖିଥିବେ। ଏପରିକି ବର୍ତ୍ତମାନ ଅନେକ ମନ୍ଦିରରେ ମହିଳା ପୂଜାରୀ ଥିବା ମଧ୍ୟ ଆପଣ ଦେଖିଥିବେ। ତେବେ ଆପଣ କେବେ ଭାବିଛନ୍ତି କି, ଗୋଟିଏ ରୋବଟ୍ ମନ୍ଦିରର ପୂଜା କରିବ।

କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଜାପାନର ଗୋଟିଏ ବୁଦ୍ଧ ମନ୍ଦରିରେ ରୋବଟ୍ ମନ୍ଦିରର ପୂଜାର୍ଚ୍ଚନା କରୁଛି। ଏହି ରୋବଟର ନାଁ ହେଲା ଏଣ୍ଡ୍ରୋଏଡ୍ କେନନ୍। ଜାପାନର ୪୦୦ ବର୍ଷ ତଳର ଏକ ବୁଦ୍ଧ ମନ୍ଦିରରେ ଏହି ରୋବଟ ପୂଜା କରୁଛି। ସାଧାରଣ ପୂଜାରୀଙ୍କ ଭଳି ଏହି ବ୍ରାହ୍ମଣ ହାତଟେକି ଶ୍ରଦ୍ଧାଳୁମାନଙ୍କୁ ଆଶୀର୍ବାଦ ମଧ୍ୟ ଦେଉଛି।

ଏହି ରୋବଟକୁ ଔର ଜେନ୍ ନାମକ ଜଣେ ବୈଜ୍ଞାନିକ ନିର୍ମାଣ କରିଛନ୍ତି। ମନ୍ଦିରର ଜଣେ ପୂଜାରୀଙ୍କ କହିବାନୁସାରେ, ଏହି ରୋବଟର ମୁତ୍ୟୁନାହିଁ। ତେଣୁ ଏହା ବର୍ଷ ବର୍ଷ ଧରି ମନ୍ଦିରର ସେବା କରିପାରିବ। ଏପରିକି ବୌଦ୍ଧ ଧର୍ମର ପ୍ରଚାରରେ ମଧ୍ୟ ଏହି ରୋବଟ୍ ସାହାଯ୍ୟ କରିପାରିବ।

Comment