ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍‌ଲାଇନ୍‌ରେ ଜ୍ଞାନର ଭଣ୍ଡାର କୁହାଯାଉଥିବା ‘ୱିକିପିଡିଆ’ ୱେବ୍‌ସାଇଟ୍‌ର ସହ ପ୍ରତିଷ୍ଠାତା ଜିମି ୱେଲ୍‌ସ ଏକ ସୋସିଆଲ ମିଡିଆ ୱେବ୍‌ସାଇଟ୍‌ ଲଞ୍ଚ୍‌ କରିଛନ୍ତି। ଏହାର ନାଁ ହେଉଛି WT:Scocial। ଶୁଣିବାକୁ ମିଳୁଛି, ଏହା ସୋସିଆଲ ମିଡିଆ ସାଇଟ୍‌ ଫେସ୍‌ବୁକ୍‌ ଏବଂ ଟୁଇଟରକୁ କଡ଼ା ଟକ୍କର ଦେବ।

ଫେସ୍‌ବୁକ୍‌ର ନ୍ୟୁଜ୍‌ ଫିଡ୍‌ ଭଳି WT:Scocial ସାଇଟ୍‌ରେ ମଧ୍ୟ ଲିଙ୍କ୍‌ ସେୟାର କରିବା ସହିତ ବିଭିନ୍ନ ବିଷୟରେ ଚର୍ଚ୍ଚା କରିବେ। ରାଜନୀତି, ଶିକ୍ଷା ତଥା ଟେକ୍ନୋଲୋଜି ଭଳି ଅନେକ ବିଷୟ ଏହି ସାଇଟ୍‌ରେ ରହିଛି। ନ୍ୟୁଜ୍‌କୁ ଦୃଷ୍ଟିରେ ରଖି ଏହି ସାଇଟ୍‌କୁ ନିର୍ମାଣ କରାଯାଇଛି। ଫେସ୍‌ବୁକ୍‌ ଭଳି ଏଥିରେ ଆପଣ ମାଗଣାରେ ଆକାଉଣ୍ଟ ଖୋଲିପାରିବେ।

ଦେଖିବାକୁ ଗଲେ ଏହା ଫେସ୍‌ବୁକ୍‌ଠାରୁ ଭିନ୍ନ ରହିଛି। ୱିକିପିଡିଆ ଭଳି ଏହା ମଧ୍ୟ ଏକ ୟୁଜର୍ସଙ୍କ ଦ୍ୱାରା ଡୋନେଟ୍‌ କରାଯାଉଥିବା ଟଙ୍କାରେ ଏହା ବିଜ୍‌ନେସ୍‌ କରିବ। ତେଣୁ ଅନ୍ୟ ସୋସିଆଲ ସାଇଟ୍‌ ଭଳି WT:Scocial ସାଇଟ୍‌ରେ ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ବିନା ବିଜ୍ଞାପନରେ ଆପଣ ଏଠଶଷର କଣ୍ଟେଣ୍ଟ୍‌ ବିଷୟରେ ପଢ଼ିବା ସହ ଚର୍ଚ୍ଚା ମଧ୍ୟ କରିପାରିବେ।

ଏନେଇ ଜିମି ୱେଲ୍‌ସ କହିଛନ୍ତି, “ବର୍ତ୍ତମାନ ସୋସିଆଲ ମିଡିଆ କମ୍ପାନିଗୁଡ଼ିକ ବ୍ୟବସାୟ କରିବାକୁ ଦୃଷ୍ଟିରେ ରଖି ନିଜ ସାଇଟ୍‌ରେ ବିଭିନ୍ନ ବିଜ୍ଞାପନ ଦେଖାଇଥାନ୍ତି। ହେଲେ WT:Scocial ସାଇଟ୍‌ରେ ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ।”

ଫାଇନାନ୍ସିଆଲ ଟାଇମ୍‌ସ ରିପୋର୍ଟ ଅନୁଯାୟୀ, ଏହି ନୂଆ ସାଇଟ୍‌ ପାଇଁ ବର୍ତ୍ତମାନ ସୁଦ୍ଧା ୨୦୦ରୁ ଅଧିକ ଲୋକ ଡୋନେସନ କରିଛନ୍ତି। ସେହିପରି ୫୦ ହଜାରରୁ ଅଧିକ ୟୂଜର୍ସ ଏହି ସାଇଟ୍‌ ସହ ଯୋଡ଼ି ହୋଇଛନ୍ତି।

ଯଦି ଆପଣ WT:Scocialକୁ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆଉ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ। ଅଶପଣ ନଇଜ ନାଁ, ଇ-ମେଲ୍‌, ପାସୱାର୍ଡ ଦେଇ ଏଥିରେ ଆକାଉଣ୍ଟ ଖୋଲିପାରିବେ। ହେଲେ ଏବେ ଏହାକୁ ବ୍ୟବହାର କରିପାରିବେ ନାହିଁ। ଯଦି ବର୍ତ୍ତମାନ ଏହାକୁ ବ୍ୟବହାର କରିବାକୁ ଚାହାନ୍ତି, ତେବେ ଆପଣଙ୍କୁ ଟଙ୍କା ଡୋନେସନ କରିବାକୁ ପଡ଼ିବ।

Comment